ହାଇକୋର୍ଟରେ ଆଇନଜୀବୀ-ଆଇନଜୀବୀ ମୁହାଁମୁହିଁ । ଓକିଲ ସଂଘର ୨ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଉତ୍ତେଜନା ପରିସ୍ଥିତି । ପୁଲିସ୍ ଛାଉଣୀ ହେଲା କୋର୍ଟ ପରିସର

50

କନକ ବ୍ୟୁରୋ: ତେଜିବାରେ ଲାଗିଛି ଆଇନଜୀବୀ ସଂଘ ବିବାଦ । ହାଇକୋର୍ଟ ପରିସରରେ ଓକିଲ ସଂଘର ୨ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ହାଇକୋର୍ଟ ବାର ଭିତରକୁ ପୁଲିସ ପ୍ରବେଶ କରିବା ପରେ ଆନ୍ଦୋଳନ ତେଜିଛି । କୋର୍ଟ ପରିସରରେ ପାଖାପାଖି ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଆନ୍ଦୋଳନରୁ ଓହରିଯିବା ପରେ ବିବାଦ ବଢିବାରେ ଲାଗିଛି ।

ବାର ଆସୋସିଏସନରେ ଫାଟ ଦେଖାଦେଇଛି । ଓକିଲଙ୍କ ମାଡକୁ ନେଇ ଦୁଇମାସ ଧରି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ବିବାଦ ଅଲଗା ରୂପ ନେଉଛି । ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଏଭଳି ନିଷ୍ପତିରେ କିଛି ଆଇନଜୀବୀ ଅସନ୍ତୋଷ ପ୍ରକାଶ କରିଥିବାରୁ ଆଜିର କୋର୍ଟ କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାମ ଠପ୍ ହୋଇଯାଇଛି । ଅନେକ ଜେଲରେ ଅଟକ ଅଛନ୍ତି । ଆନ୍ଦୋଳନରୁ ଓହରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିନାହାନ୍ତି ।