କଟକ : ଜଳଲାଗି କରିବାବେଳେ ଦଳାଚକଟା ହୋଇ ଜଣେ କାଉଡ଼ିଆ ମୃତ

25

କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ସୋମବାରରେ କଟକ ଆଠଗଡ ଧବଳେଶ୍ୱର ପୀଠରେ ଅଘଟଣ । ଜଳଲାଗି କରିବାବେଳେ ଦଳାଚକଟା ହୋଇ ଜଣେ କାଉଡିଆ ପ୍ରାଣ ହରାଇଛନ୍ତି । ଆଜି ଶ୍ରାବଣ ସୋମବାରରେ ଜଳଲାଗି ପାଇଁ ଧବଳେଶ୍ୱର ପୀଠରେ କାଉଡିଆଙ୍କ ପ୍ରବଳ ଭିଡ ହୋଇଥିଲା । ଏହି ସମୟରେ ଦଳାଚକଟା ହୋଇଥିବା ସୂଚନା ମିଳିଛି । ମୃତକ ଆଠଗଡ ବାଳି ସାରକୋଳର ଠୁକୁରି ପ୍ରଧାନ ବୋଲି ଜଣାପଡିଛି ।