କଟକ : ହାଇକୋର୍ଟ ଛକ ନିକଟ କର୍ପୋରେସନ ବ୍ୟାଙ୍କ ଏଟିଏମରୁ ୧୭ ଲକ୍ଷ ୪୮ ହଜାର ଟଙ୍କା ଲୁଟ୍

18

କନକ ବ୍ୟୁରୋ : ଦୀର୍ଘ ଦିନର ବ୍ୟବଧାନ ପରେ କଟକରେ କମିଶନରେଟ ପୋଲିସକୁ ଚାଲେଂଜ ଦେଇ ଏକ ବଡ ଧରଣର ଲୁଟ ଘଟାଇଛନ୍ତି ଲୁଟେରା । ହାଇକୋର୍ଟ ଛକ ନିକଟ କର୍ପୋରେସନ ବ୍ୟାଙ୍କ ଏଟିଏମରୁ ଲୁଟି ନେଇଛନ୍ତି ୧୭ଲକ୍ଷ ୪୮ ହଜାର ଟଙ୍କା । ତେବେ ଏହି ଲୁଟ ପାଇଁ ଲୁଟେରାମାନେ ଏଟିଏମ କାର୍ଡ ବ୍ୟବହାର କରି ନାହାନ୍ତି କିମ୍ବା ଏଟିଏମ ତାଡି ନାହାନ୍ତି । ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ହ୍ୟାକିଂ କରି ଟଙ୍କା ଲୁଟ କରାଯାଇଛି ।

କଟକ ଡିସିପି ଘଟଣାସ୍ଥଳରେ ପହଁଚି ଘଟଣାର ଛାନଭିନ କରିଛନ୍ତି । ସଫ୍ଟୱେୟାର ଜ୍ଞାନ ରଖିଥିବା ଛାତ୍ର ଟଙ୍କା ଲୁଟ କରିଥିବା ପୋଲିସ ଅନୁମାନ କରୁଛି । ଏଟିଏମରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ପୋଲିସ ତଦନ୍ତ ପରିସକୁ ନେଇଛି । ଏହା ଏକ ସାଇବର କ୍ରାଇମ ହୋଇଥିଲେ ସୁଦ୍ଧା ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି କଟକ ଡିସିପି କହିଛନ୍ତି ।