ଶେଷ ହେଲା ଦଶହରା : ଧରାପୃଷ୍ଠରୁ ଜଗତଜନନୀ ମା’ଙ୍କ ବିଦାୟ

124

କଟକ : ସରିଲା ଦଶହରା । ଏବେ ମେଲାଣିର ବେଳା । ପୁଣି ଆର ବର୍ଷ ଯାଏଁ ଅପେକ୍ଷା । ମାଆ ଦୁର୍ଗାଙ୍କ ଆଜି ଭଷାଣ ଉତ୍ସବ । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗତଜନନୀ ମା’ । ଭସାଣ ଉତ୍ସବ ପାଇଁ ଟ୍ୱିନ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଟକ ଦେବୀଗଡ଼ାରେ କୃତ୍ରିମ ପୋଖରୀ ନିର୍ମାଣ କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ୬୪ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି ।

୧୮ଟି ସ୍ଥାନରେ ୫୦ଟି ସିସିଟିଭି ଲଗାଯାଇଛି । ଗତକାଲି ରାତିରୁ ଭସାଣ ଉତ୍ସବ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୧୩ଟି ମେଢ ଦେବୀଗଡା ନିକଟରେ ଥିବା କୃତ୍ରିମ ପୋଖରୀରେ ଭସା ହୋଇଛନ୍ତି । ଭସାଣି ଉତ୍ସବ ସମୟରେ ଯାନବାହାନ ଚଳାଚଳ ଉପରେ ପୋଲିସ କଟକଣା ଲଗାଇଛି ।