କଟକର ବିଭିନ୍ନ ସପିଂ ମଲରେ ଯୋଗାଣ ବିଭାଗର ଡାଲି ଯାଂଚ୍

35

କଟକ : କଟକରେ ଡାଲିର ମହଜୁଦ ପରିମାଣ ଯାଞ୍ଚ କରାଯାଇଛି । ଆଜି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆଜି କଟକର ବିଭିନ୍ନ ସପିଂ ମଲରେ ଚଢାଉ କରାଯାଇଛି । ଚଢାଉ ସମୟରେ ଯୋଗାଣ ବିଭାଗର ଅଧିକାରୀମାନେ ବିଭିନ୍ନ ମଲର ଷ୍ଟକ୍ ରୁମରେ ଡାଲିର ମହଜୁଦ୍ ପରିମାଣ ଯାଂଚ କରିଛନ୍ତି । ଏହାସହ ଡାଲିର ବର୍ତମାନ ବିକ୍ରି ଦର ପଚାରି ବୁଝୁଥିଲେ ।

ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ଚିଠି ଅନୁଯାୟୀ, ଆଜିଠାରୁ ଏହି ଚଢାଉ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ  ସହରର ବିଭିନ୍ନ ସପିଂ ମଲ୍ ଡାଲିର ମହଜୁଦ୍ ପରିମାଣ ଯାଞ୍ଚ କରାଯାଇଛି । କୌଣସି ଦୋକାନୀ ଷ୍ଟକ୍ ଲିମିଟ୍ ଠାରୁ ଅଧିକ ଡାଲି ରଖିଥାନ୍ତି କି ବଜାର ଦରଠାରୁ ଅଧିକରେ ଦରରେ ଡାଲି ବିକୁଥାନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।