କଲେଜ କ୍ୟାମ୍ପସରୁ ଟ୍ରାଫିକ ପୋଷ୍ଟ ! କମିଶନରେଟ ପୁଲିସର ଅଭିନବ ପ୍ରୟାସ

32

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୁଲିସର ଅଭିନବ ପ୍ରୟାସ । କଲେଜରେ ପଡୁଥିବା ଛାତ୍ରମାନେ ଟ୍ରାଫିକ ଭଲୁଟାଂରୀ ଭାବରେ ଟ୍ରାଫିକ ପୋଷ୍ଟରେ ପାର୍ଟ ଟାଇମ କାମ କରିପାରିବେ । ୩ ଘଂଟା ପାଇଁ ସେମାନଙ୍କୁ ୧୦୦ ଟଙ୍କାରେ ପାରିଶ୍ରାମିକ ମିଳିବ ।

ଆବଶ୍ୟକ ଟ୍ରେନିଂ ପରେ ସେମାନଙ୍କୁ ଟ୍ରାଫିକ ପୋଷାକ, ଜୋତା ଓ କ୍ୟାପ ଯୋଗାଇ ଦିଆଯିବ । ଆଜିକାଲି ଯୁବପିଢି ପଇସା ପାଇଁ ବିପଥଗାମୀ ହେଉଥିବା କମିଶନରେଟ ପୁଲିସର ଏହି ପଦକ୍ଷେପ ସେମାନଙ୍କୁ ପକେଟ ମନି ଯୋଗାଇବା ସହ ଶୃଙ୍ଖଳିତ ହେବାରେ ସହାୟକ ହେବ ।