କଟକ ହେଉଛି କଲବଲ ! ବର୍ଷାରେ ଭାସିଲା ସର୍ବ ପୁରାତନ ସହର

82

କନକ ବ୍ୟୁରୋ : ବନ୍ୟା, ଦକ୍ଷିଣ ଓଡିଶାର ଦୁଃଖ ବଢାଇଥିବା ବେଳେ ଉପକୂଳରେ ଉବୁଟୁବୁ ହେଉଛି କଟକ ସହର । ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ କଟକ ସହରର ବିଭିନ୍ନ ସାହିରେ ବର୍ଷା ପାଣି ଜମି ରହିଛି । ଜଳନିଷ୍କାସନ ବ୍ୟବସ୍ଥା ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଘରେ ଘରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଠପ୍ ହୋଇଯାଇଛି ସିଲଭର୍ ସିଟିର ମେଟ୍ରୋ ଲାଇଫ୍ ।
କଟକରେ ତଳି ଅଂଚଳର ଅବସ୍ଥା ନକହିଲେ ଭଲ । କାହାର ଘର ଭିତରେ ପାଣି ପଶିଛି ତ ପୁଣି ଆଉ କାହାର ରୋଷେଇ ଘର ଭାସି ଯାଇଛି । ଯିଏ ଯେମିତି ପାରୁଛନ୍ତି ବର୍ଷା ପାଣିକୁ ଘର ଭିତରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ।ଏସବୁ ଭିତରେ ଗତ ରାତି ଠାରୁ ବହୁ ଲୋକଙ୍କ ଘରେ ଚୁଲି ଜଳିନି ।

ଅଧାପନ୍ତରିଆ ଡ୍ରେନ୍ କାମ ଓ ଜାଇକା ପ୍ରକଳ୍ୱର ବେପରୁଆ ମନୋଭାବ ଯୋଗୁଁ ଏଭଳି ସ୍ଥତି ହୋଇଥିବା ଅଭିଯୋଗ ହୋଇଛି ।ସେପଟେ ପ୍ରଶାସନ କହୁଛି ଜଳ ନିଷ୍କାସନ ପାଇର୍ ବ୍ୟବସ୍ଥା ହେଉଛି ।

ଗୋଟିଏ ଦିନର ପ୍ରବଳ ବର୍ଷରେ ବେହାଲ ହୋଇପଡିଛି କଟକ ସହର । ଅନ୍ୟପଟେ ମହାନଦୀରେ ବଢୁଛି ଜଳସ୍ତର ।ଏଭଳି ସ୍ଥିତିରେ ଆଗକୁ ବର୍ଷା ବଢିଲେ ସ୍ଥିତି ବିଗିଡିବାର ସମ୍ଭାବନା ଯଥେଷ୍ଟ ଅଧିକ ।