ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ! ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ଦେଲେ ନିର୍ଦ୍ଦେଶ

3,599

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମଙ୍ଗଳବାର ସନ୍ଧ୍ୟାରେ କଟକ ଜିଲ୍ଲାର ଜଗତପୁର ଠାରେ ମହାନଦୀକୁ ଖସିପଡ଼ିଛି । ତାଳଚେରରୁ ଭୁବନେଶ୍ୱର ଆସୁଥିବା ସମୟରେ କଟକରେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ବସରେ ଥିଲେ ୪୦ରୁ ଅଧିକ ଯାତ୍ରୀ । ସୂଚନା ଅନୁସାରେ ପୋଲ ଉପରେ ବସ ଯାଉଥିବା ବେଳେ ଏକ ମଇଁଷିକୁ ଚାଳକ ଧକ୍କା ଦେବାରୁ ଭାରସାମ୍ୟ ହରାଇଥିଲା । ବସଟି କଟକ ସହର ଭିତରକୁ ପ୍ରବେଶ କରିବାର ଅଳ୍ପ ସମୟ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ୨୦ରୁ ୨୫ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ, ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପହଂଚି ଜୋରସୋରରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ତେବେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରୁ ବାଧା ଉପୁଜୁଛି ।

ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ । ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଗଲା । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଯିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ପୋଲ ଉପରେ ବସ୍ଟି ଯାଉଥିବା ମଇଁଶିକୁ ଶକ୍ତ ଧକ୍କା ଦେଇ ମହାନଦୀକୁ ଖସିପଡ଼ିଥିଲା। ଖବରରୁ ଜଣାପଡ଼ିଛି ଯେ, ବସ୍ଟି ୩୦ ଫୁଟ୍ ତଳକୁ ଖସିପଡ଼ିଛି।