କଟକ ବାଦାମବାଡିରେ ଫୁଟିଲା ବୋମା ! ବାଇକରେ ଆସି ସିନେମା ହଲ ନିକଟରେ ବୋମାମାଡ କଲେ ଦୁର୍ବୃତ୍ତ

64

କନକ ବ୍ୟୁରୋ : କଟକ ବାଦାମବାଡିରେ ଫୁଟିଲା ବୋମା । ବାଇକରେ ଆସି ସିନେମା ହଲ ନିକଟରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଅଂଚଳରେ ବୋମାମାଡ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବଟି ଆଦାୟକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ପ୍ରକୃତ କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ । ଦେଢ଼ମାସ ମଧ୍ୟରେ ୬ଥର ଏଭଳି ବୋମାମାଡ ଘଟଣା ଘଟିଲାଣି । ବାଦାମବାଡି ପୋଲିସ ଘଟଣାସ୍ଥଳରେ ପହଁଚି ଅନୁଧ୍ୟାନ ଆରମ୍ଭ କରିଛି । କଟକରେ ପାର୍ବଣ ରୁତୁ ଆସୁଥିବା ସମୟରେ ଏଭଳି ବୋମାମାଡ ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି ।