କଙ୍ଗାରୁ କୋର୍ଟର ଅଜବ ନ୍ୟାୟ ! କଟକ ବିଦ୍ୟାଧରପୁରରେ ଘରୋଇ କଳିର ବିଚାର କଲା ପ୍ରଜାକୋର୍ଟ, ୨ ପରିବାରକୁ ଗାଁରୁ ବାସନ୍ଦ

62

କନକ ବ୍ୟୁରୋ : ପୁଣି କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି । କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ କଙ୍ଗାରୁ କୋର୍ଟ ବସି ୨ ପରିବାରକୁ ଗାଁରୁ ବାସନ୍ଦ କରିଛି । ଘରୋଇ କଳିକୁ ନେଇ ଦୁଇ ପରିବାର ଆଇନର ଆଶ୍ରୟ ନେବାକୁ ଥାନାକୁ ଯିବା ପାଇଁ ବାହାରିଥିଲେ ।

ହେଲେ ଗାଁରେ କଙ୍ଗାରୁ କୋର୍ଟ ବସି ମାମଲାର ବିଚାର କରାଯାଇଥିଲା । ଉଭୟ ପରିବାରକୁ ଦୋଷୀ ସାବ୍ୟସ୍ତ କରି କଙ୍ଗାରୁ କୋର୍ଟ ୨ ପରିବାକୁ ଗାଁରୁ ବାସନ୍ଦ କରିଛି । ଫଳରେ ଅସହାୟ ୨ ପରିବାର ଏବେ ପଂଚାୟତ ଅଫିସରେ ଆଶ୍ରୟ ନେଇଛନ୍ତି ।