କଟକ ବୟାଳିଶମୌଜା ଘଟଣା : ୩ ଜଣଙ୍କୁ ଗିରଫ କରିଛି କମିସନରେଟ ପୁଲିସ

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବୟାଳିଶମୌଜା ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲ୍ଲୀପ ଦାସ, ସଂଜୟ ଦାସ, ଓ ଜଗା ଦାସ ଭଦ୍ରକରୁ ଏମାନଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୨ ଜଣ ଅଭିଯୁକ୍ତ ରତ୍ନାକର ଦାସ ଓ ଗଦାଧର ଦାସଙ୍କୁ ଗିରଫ କରିଥିଲା ସଦର ପୁଲିସ ।

ଜୁଲାଇ ୨୬ ବିଳମ୍ବିତ ରାତିରେ ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଗତ ୨୬ ତାରିଖ ରାତିରେ ୪ ଜଣ ଦୁର୍ବୃତ ଘରେ ପଶି ଲୁଟ୍ କରିବା ପରେ ନଦୀ ପଠାକୁ ନେଇ ମହିଳାଙ୍କୁ ଗଣଧର୍ଷଣ କରିଥିଲେ । ୫ ବର୍ଷର ଝିଅ ବେକରେ ଛୁରୀ ଲଗାଇ ଦୁର୍ବୃତ ମହିଳାଙ୍କୁ ଗଣଧର୍ଷଣ କରିଥିଲେ । ଏପରିକି ପାଟି କଲେ ମାରିଦେବାକୁ ଧମକ ଦେଇଥିଲେ ଦୁର୍ବୃତ। ପୀଡିତାଙ୍କ ବୟାନ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।