କଟକ ବୟାଳିଶ ମୈାଜା ଗଣଧର୍ଷଣ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୁଲିସ

21

କଟକ : କଟକ ବୟାଳିଶ ମୈାଜା ଗଣଧର୍ଷଣ ମାମଲା । ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୁଲିସ । କନକ ନ୍ୟୁଜରେ ଲଗାତାର ଖବର ପ୍ରସାରଣ ପରେ ଗିରଫଦାରୀ । ସଂନ୍ଧ୍ୟା ୫ଟାରେ ପୂରା ଘଟଣାର ପର୍ଦ୍ଦାଫାସ୍ କରିବ ପୁଲିସ୍ ।

କଟକ ବୟାଳିଶ ମୌଜା ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଗତ ୨୬ ତାରିଖ ରାତିରେ ୪ ଜଣ ଦୁବୃତ ଘରେ ପଶି ଲୁଟ୍ କରିବା ପରେ ନଦୀ ପଠାକୁ ନେଇ ମହିଳାଙ୍କୁ ଗଣଧର୍ଷଣ କରିଥିଲେ । ୫ ବର୍ଷର ଝିଅ ବେକରେ ଛୁରୀ ଲଗାଇ ଦୁର୍ବୃତ ମହିଳାଙ୍କୁ ଗଣଧର୍ଷଣ କରିଥିଲେ । ଏପରିକି ପାଟି କଲେ ମାରିଦେବାକୁ ଧମକ ଦେଇଥିଲେ ଦୁର୍ବୃତ । ପୀଡିତାଙ୍କ ବୟାନ ପରେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ନିଜେ ଡିସିପି ଘଟଣା ସ୍ଥଳକୁ ପୀଡିତାଙ୍କୁ ନେଇ ଛାନଭିନ କରିଥିଲେ ।