ଟ୍ରକ୍ ଧକାରେ ଭୁଶୁଡିଲା ହାଇସ୍କୁଲ ପାଚେରୀ କାନ୍ଥ : ଗୁରୁତର ଅବସ୍ଥାରେ ଜଣେ ଛାତ୍ର ବାଙ୍କି ଡାକ୍ତରଖାନାରେ ଭର୍ତି

37

କଟକ : କଟକ ଜିଲ୍ଲା ବାଙ୍କି ତୁଳସୀପୁର ହାଇସ୍କୁଲ ପାଚେରୀ କାନ୍ଥ ଭୁଶୁଡି ଜଣେ ଛାତ୍ର ଗୁରୁତର । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତି କରାଯାଇଛି । ଉତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ କାନ୍ଥରେ ଧକା ଦେଇଥିବା ଟ୍ରକକୁ ଅଟକ ରଖିବା ସହ ବାଙ୍କି ସିମୋର ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁଯାୟୀ ଭୋଜନ ସମୟରେ ବିଦ୍ୟାଳୟର ପାଚେରୀ ନିକଟରେ ପଥର ବୋଝେଇ ଟ୍ରକ ପାଚେରୀକୁ ଧକା ଦେଇଥିଲା ।

ଯାହା ଫଳରେ ପାଚେରିଟି ଛାତ୍ର ଜଣଙ୍କ ଉପରେ ଭୁଶୁଡି ପଡିଥିଲା । ଆହତ ହୋଇଥିବା ଛାତ୍ର ହେଉଛନ୍ତି ରୁଦ୍ର ନାରାୟଣ ପରିଡା ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ହାଲୁକା ଭାବେ ନେଇଛନ୍ତି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ।