କଟକ ବାଲିଯାତ୍ରାକୁ ମିଳିଲା ଅନୁମତି : ଚଳିତ ବର୍ଷ ତଳ ପଡିଆରେ ବାଲିଯାତ୍ରା କରିବାକୁ ଅନୁମତି ଦେଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ

38

କନକ ବ୍ୟୁରୋ : କଟକ ବାଲିଯାତ୍ରାକୁ ମିଳିଲା ଅନୁମତି । ଚଳିତ ବର୍ଷ ତଳ ପଡିଆରେ ବାଲିଯାତ୍ରା କରିବାକୁ ଅନୁମତି ଦେଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ପ୍ରଦୂଷଣ ନିୟମ ପାଳନ କରିବାକୁ ସର୍ତମୂଳକ ଭାବେ ଏହି ଅନୁମତି ଦେଇଛନ୍ତି ଏନଜିଟି । ପତ୍ରୀ କମିଶନ ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଦୂଷଣ ନିୟମ ମାନିବାକୁ ସର୍ତ ରଖିଛନ୍ତି ଗ୍ରୀନ୍ ଟ୍ରିବ୍ୟୁନାଲ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲା ପ୍ରଶାସନ ।

ମହାନଦୀର ଅବବାହିକା ହୋଇଥିବାରୁ ତଳପଡିଆରେ ବାଲିଯାତ୍ରା ହେବା ନେଇ କଟକଣା ଲଗାଇଥିଲେ ଏନଜିଟି । କିନ୍ତୁ ଏହି ଅଂଚଳ ପ୍ରାକୃତିକ ଭାବେ ଗଢ଼ି ଉଠିଥିବା ଉଚ୍ଚସ୍ଥାନ ଓ ଏଠାରେ ଜନବସତି ରହିଥିବା ଦର୍ଶାଇ ବାଲିଯାତ୍ରା କରିବାକୁ ଅନୁମତି ମାଗିଥିଲା କଟକ ଜିଲ୍ଲା ପ୍ରଶାସନ ।