ଚଳିତ ବର୍ଷ ବନ୍ଦ ହୋଇପାରେ ବାଲିଯାତ୍ରା : ମହାନଦୀ ପଠାରେ ଯାତ୍ରା ଆୟୋଜନକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଅଙ୍କୁଶ

92

କଟକ : କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଅଙ୍କୁଶ ଯୋଗୁଁ ଏପ୍ରକାର ଆଶଙ୍କା ସୃଷ୍ଟି ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ପ୍ଲଟ ବୁକିଂ ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି । ଜାତୀୟ ଗ୍ରିନ ଟ୍ରିବୁନାଲ ମହାନଦି ଓ କାଠଯୋଡି ନଦୀ ପଠାରେ ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏ ପ୍ରସଂଗରେ କଟକ ଜିଲ୍ଲାପାଳ, ଜଳ ସଂପଦ ସଚିବ, ଓ ମୁଖ୍ୟ ଶାସନ ସଚିବଙ୍କୁ କୈଫିୟତ ତଲବ କରାଯାଇଛି । ୭ ଦିନ ମଧ୍ୟରେ ଉତର ରଖିବାକୁ ଏମାନଙ୍କୁ ତାଗିଦ୍ କରିଛନ୍ତି ଗ୍ରୀନ ଟ୍ରିବ୍ୟୁନଲ୍ । ପୁର୍ବରୁ ନଦି ଶଯ୍ୟା ପୋତିବାରୁ ବିରତ ରହିବା, ଆବର୍ଜନା ନ ଫିଂଗିବା ପାଇଁ ଏନଜିଟି ବା ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଥିଲେ । ଏଥର କିନ୍ତୁ ସିଧାସଳଖ ବାଲିଯାତ୍ରା ଆୟୋଜନକୁ ନେଇ କୈଫିୟତ ମାଗିଛନ୍ତି ।

ଆସନ୍ତା ନଭେମ୍ବର ୧୪ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ  ଥିବାବେଳେ ଆଉ ମାତ୍ର ୧୨ ଦିନ ସମୟ ଅଛି । ପ୍ରଥମ ଦିନରେ କେବଳ ୪୫ଟି ପ୍ଲଟ ବଂଟନ ହୋଇଥିବବେଳେ ଏବେ ଏହି ପ୍ରକ୍ରିୟା ସ୍ଥଗିତ ରହିଛି । କଟକ ଜିଲ୍ଲାପାଳ କହିଛନ୍ତି ଯେ ଏନଜିଟିଙ୍କ ସ୍ୱୀକୃତି ନ ମିଳିବା ଯାଏଁ ଏହି ପ୍ରକ୍ରିୟା ସ୍ଥଗିତ ରହିବ ।

ଦେଖନ୍ତୁ ଏହି ଭିଡିଓ –