କଟକ ବାଲିଯାତ୍ରା ଆୟୋଜନ ବିବାଦ : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କଲା ଜିଲ୍ଲା ପ୍ରଶାସନ

52

କଟକ : କଟକ ବାଲିଯାତ୍ରା ଆୟୋଜନ ବିବାଦ । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କଲା ଜିଲ୍ଲା ପ୍ରଶାସନ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମହାନଦୀ ଓ କାଠଯୋଡି ନଦୀ ପଠାରେ ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏ ପ୍ରସଂଗରେ କଟକ ଜିଲ୍ଲାପାଳ, ଜଳସଂପଦ ସଚିବ, ଓ ମୁଖ୍ୟ ଶାସନସଚିବଙ୍କୁ କୈଫିୟତ ତଲବ କରିଥିଲେ । ୭ ଦିନ ମଧ୍ୟରେ ଉତର ରଖିବାକୁ ଏମାନଙ୍କୁ ତାଗିଦ୍ କରିଥିଲେ ଗ୍ରୀନ ଟ୍ରିବ୍ୟୁନଲ୍ । ଏନଜିଟିଙ୍କ ନିର୍ଦେଶ ମୁତାବକ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି ।

ସେପଟେ ଆୟୋଜନ ଉପରେ ଏନଜିଟି ଅଂକୁଶ ଲଗାଇବା ପରେ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛି ବାଲିଯାତ୍ରା ନୃତ୍ୟୋତ୍ସବ କମିଟି । ତଳ ପଡିଆ ଉପରେ ଏନଜିଟିର କୌଣସି ନିୟନ୍ତ୍ରଣ ନାହିଁ । ଏନଜିଟି ବାଲିଯାତ୍ରା ଉପରେ ଅଂକୁଶ ଲଗାଇବା ପରେ ବାଲିଯାତ୍ରା ପ୍ଲଟ ବୁକିଂ ପ୍ରକ୍ରିୟା ବନ୍ଦ ରହିଛି । ଆସନ୍ତା ନଭେମ୍ବର ୧୪ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଆଉ ମାତ୍ର ୧୧ ଦିନ ସମୟ ଅଛି ।