ବୟାଳିଶମୌଜା ପୀଡିତାଙ୍କ ସମ୍ବେଦନଶୀଳ ବୟାନ : ଧର୍ଷଣ ପରେ ଭୟଙ୍କର ହୋଇଛି ସାମାଜିକ ଗଂଜଣା

41

କନକ ବ୍ୟୁରୋ : ଦୋହଲି ଯାଇଥିଲା ଦିଲ୍ଲୀ । ନିର୍ଭୟାକୁ ନ୍ୟାୟ ଦେବାକୁ ଏକଜୁଟ୍ ହୋଇଥିଲା ସାରା ଦେଶ । ଗଣ ଆନ୍ଦୋଳନ ପରେ ଆଇନରେ ଆସିଥିଲା ସଂସ୍କାର । ହେଲେ ଏ ଘଟଣା ପରେ ବି ନିର୍ଭୟାଙ୍କ ସଂଖ୍ୟା କମିନି । ପ୍ରତିଦିନ କେଉଁଠୁ ନା କେଉଁଠୁ ଆସୁଛି ଧର୍ଷଣ ଓ ଗଣଧର୍ଷଣର ଖବର । ଏମିତି ଏକ ସମ୍ବେଦନଶୀଳ ଖବର ଗତ ମାସ ୨୭ ତାରିଖରେ ଆସିଥିଲା କଟକ ଜିଲ୍ଲା ବୈୟାଳିଶ ମୈାଜା ଅଂଚଳରୁ । ଡକାୟତ ଘରେ ପଶି ଲୁଟ୍ କରିବା ସହ ମହିଳାଙ୍କୁ କରିଥିଲେ ଧର୍ଷଣ । ଆଉ ସେଦିନ ଠାରୁ ରାତିରେ ଶୋଇ ପାରୁନାହାଁନ୍ତି ପୁରା ପରିବାର । କାରଣ ବର୍ତ୍ତମାନ ସୁଦ୍ଧା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଗିରଫ ହୋଇଛନ୍ତି ।

ଅନ୍ଧାର ରାତିରେ ସ୍ତ୍ରୀ ସହ ଏତେବଡ ଅଘଟଣ ଘଟିଗଲା । ହୁଏତ ଅନ୍ୟ ସ୍ୱାମୀ ହୋଇଥିଲେ ସ୍ତ୍ରୀକୁ ଛି ଛାକର କରିଥାନ୍ତେ ବା ଲୋକଲଜ୍ଜା ଭୟରେ ଘରୁ ବାହାରି ନଥାନ୍ତେ । ଏଠି କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କୁ ମାନସିକ ଭାବେ ଶକ୍ତ କରିଥିଲେ। ଥାନାକୁ ଯାଇଥିଲେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସରକାରୀ ରିପୋର୍ଟ ଅନୁସାରେ ୨୦୧୪ରେ ଆମ ଦେଶରେ ଧର୍ଷଣର ହାର ବଢିଛି । ତେବେ ଏହାଠାରୁ ଅଧିକ ସମ୍ବେଦନଶୀଳ ହୋଇ ପଡିଛି ଧର୍ଷିତା ପ୍ରତି ଆମ ସମାଜର ମାନସିକତା । କାରଣ ଧର୍ଷିତାଙ୍କୁ ନ୍ୟାୟ ଦେବାକୁ ଆଇନ ଅଛି , ଆନ୍ଦୋଳନ ବି ହେଉଛି । ହେଲେ ପୀଡିତାଙ୍କୁ ମାନସିକ ଭାବେ ସହଯୋଗ ଦେବାକୁ କେହି ଆଗେଇ ଆସୁନାହାଁନ୍ତି ।

ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ –