ଚୋରୀ ହୋଇଗଲା ଚାନ୍ଦି : କଟକ ଅଲିଶାବଜାର ପୂଜାମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

13

କଟକ : କାଳୀପୂଜା ପୂର୍ବରୁ ଚୋରି ହୋଇଗଲା ମା’ଙ୍କ ଚାନ୍ଦି । କଟକ ଅଲିଶାବଜାର ପୂଜାମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁବୃତ୍ତ । ଗତକାଲି ଲୁଟେରାମାନେ ଷ୍ଟ୍ରଙ୍ଗରୁମ ତାଲା ଭାଙ୍ଗି ଏହି ଲୁଟ୍ କରିଛନ୍ତି ।

ସେପଟେ ଘଟଣାକୁ ୨୪ଘଂଟା ବିତିଯାଇଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇପାରିନି ପୋଲିସ । ପୂର୍ବରୁ ମଧ୍ୟ ପାର୍ବଣ ପରିବେଶରେ କଟକରେ ଏଭଳି ଲୁଟ୍ ଘଟଣାର ନଜିର ରହିଛି । କଟକ ଝାଞ୍ଜିରୀମଙ୍ଗଳା ଓ ଶଗଡିଆ ସାହି ମନ୍ଦିରରୁ ମଧ୍ୟ ଏଭଳି ଲୁଟ୍ ହୋଇଥିଲା ।

ପୂଜା ମାହୋଲକୁ ଦୃଷ୍ଟିରେ ରଖି ପାଟ୍ରୋଲିଂ କଡା କଡି କରାଯାଇଥିବା ବେଳେ ସିସିଟିଭି ଦ୍ୱାରା ସୁରକ୍ଷା ଉପରେ ନଜର ରାଖାଯାଉଛି । ହେଲେ ତଥାପି ବଢି ଚାଲିଛି ଲୁଟେରାଙ୍କ ଉତ୍ପାତ । ସେପଟେ ଅଲିଶାବଜାର ଲୁଟରେ ଅନ୍ତଃରାଜ୍ୟ ଡକାୟତ ସାମିଲ ଥିବା ପୋଲିସ ସନ୍ଦେହ କରୁଛି ।

ଦେଖନ୍ତୁ ଏହି ଭିଡିଓ –