କଟକ ଆକାଶରେ ବାୟୁସେନାର ଦୁଃସାହାସିକ ଉଡାଣ କୌଶଳ: ଆକାଶଗଙ୍ଗା, ସାରଙ୍ଗ ଓ ସୂର୍ଯ୍ୟକିରଣ ଟିମର ପରାକ୍ରମ

56

କଟକ: କଟକରେ ଏୟାର ଶୋ ରଂଗାରଂଗ କାର୍ଯ୍ୟକ୍ରମ । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବାୟୁସେନାର ଆକାଶଗଙ୍ଗା, ସୂର୍ଯ୍ୟକିରଣ ଓ ସାରଙ୍ଗ କାଠଯୋଡି ନଦୀଶଯ୍ୟାରେ ଦୁଃସାହସିକ କୈାଶଳ ପ୍ରଦର୍ଶନ କରିଛନ୍ତି । ଗଣକବି ବୈଷ୍ଣବ ପାଣି ପାର୍କ ଖାନନଗର ଠାରେ ଏହି କୈାଶଳ ପ୍ରଦର୍ଶିତ ହୋଇଛି । ବାୟୁସେନାର ଏହି କୌଶଳ ଦେଖିବାକୁ ଲୋକାରଣ୍ୟ ହୋଇପଡିଥିଲା କାଠଯୋଡି ପଠା । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହି ଏୟାର ସୋକୁ ଉପଭୋଗ କରିଥିଲେ । ଦିନ ୧୦ ଟା ୪୫ ରୁ ୧୧ ଟା ୪୫ ଯାଏ ଘଂଟାଏ ଧରି ଏହି କାର୍ଯ୍ୟକ୍ରମ ହୋଇଥିଲା ।

ପ୍ରଥମେ ସାରଙ୍ଗ ଟିମ ପକ୍ଷରୁ ଆକାଶରେ କଳା ପ୍ରଦର୍ଶନ କରାଯାଇଥିଲା, ଏହା ପରେ ସୂର୍ଯ୍ୟକିରଣ ଓ ଆକାଶଗଙ୍ଗା ଆକାଶରେ ନିଜ ଆକ୍ସନ ଦେଖାଇଥିଲେ । ବହୁ ଲୋକ ଏହି ସୋକୁ ଦେଖିବାକୁ ଆସିଥିବାରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏଥିପାଇଁ ଆକାଶକୁ ପକ୍ଷୀମୁକ୍ତ କରିବାକୁ ସ୍ଥାନୀୟ ଅଂଚଳରେ ଆମିଷ ବିକ୍ରି ଏବଂ ଗୁଡି ଉଡା ଉପରେ କଟକଣା ଲଗାଯାଇଛି ।

ବାୟୁସେନାର ଆକାଶଗଙ୍ଗା,ସୂର୍ଯ୍ୟକିରଣ ଓ ସାରଙ୍ଗ ଆକାଶରେ ଆଜି ଦେଖାଇଥିଲେ ଦୁଃସାହାସିକ ପ୍ରଦର୍ଶନ । ସାରଙ୍ଗର ଅର୍ଥ ମୟୁର । ୨୦୦୩ରେ ସାରଙ୍ଗ ବାୟୁସେନାରେ ସାମିଲ ହୋଇଥିଲା । ସେହିପରି ୧୯୯୬ରେ ବାୟୁସେନାରେ ସାମିଲ ହୋଇଥିଲା ସୂର୍ଯ୍ୟକିରଣ । ୧୪ ପାଇଲଟ,୨୦ ବାୟୁସେନା ଯବାନ ସୂର୍ଯ୍ୟକିରଣରେ ରହିବାର ସାମର୍ଥ ରହିଛି । ଆକାଶ ଗଙ୍ଗା ୧୯୮୭ରେ ବାୟୁସେନାରେ ସାମିଲ ହୋଇଥିଲା ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ: