ବିଜୁ ଜନ୍ମ ଶତବାର୍ଷିକୀ ଉପଲକ୍ଷେ କଟକ ଆକାଶରେ କରିସ୍ମା: କୌଶଳ ଦେଖାଇବ ବାୟୁସେନା

34

କଟକ : ଆଜି କଟକରେ ହେବ ଏୟାର ଶୋ । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବାୟୁସେନାର ଆକାଶଗଙ୍ଗା, ସୂର୍ଯ୍ୟକିରଣ ଓ ସାରଙ୍ଗ କାଠଯୋଡି ନଦୀଶଯ୍ୟାରେ ଦୁଃସାହସିକ କୈାଶଳ ପ୍ରଦର୍ଶନ କରିବେ । ଗଣକବି ବୈଷ୍ଣବ ପାଣି ପାର୍କ ଖାନନଗର ଠାରେ ଏହି କୈାଶଳ ପ୍ରଦର୍ଶିତ ହେବ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହିବା ସହ ୫ହଜାରରୁ ଅଧିକ ଦର୍ଶକଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ଏବଂ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିନ ୧୦ ଟା ୪୫ ରୁ ୧୧ ଟା ୪୫ ଯାଏ ଘଂଟାଏ ଧରି ଏହି କାର୍ଯ୍ୟକ୍ରମ ହେବ । ଏଥିପାଇଁ ଆକାଶକୁ ପକ୍ଷୀମୁକ୍ତ କରିବାକୁ ସ୍ଥାନୀୟ ଅଂଚଳରେ ଆମିଷ ବିକ୍ରି ଏବଂ ଗୁଡି ଉଡା ଉପରେ କଟକଣା ଲଗାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ।