ପିଲାଙ୍କ ଖୁସି ପାଇଁ ବାପା ପ୍ରସ୍ତୁତ କଲେ ଛୋଟ ଅଟୋ ରିକ୍ସା ! ସୋସିଆଲ୍ ମିଡିଆରେ ଫଟୋ ହେଲା ଭାଇରାଲ୍ ,ଲୋକ କହିଲେ ‘କ୍ୟୁଟ୍ ଅଟୋ ରିକ୍ସା’ । 

907

ପିଲାଙ୍କ ଅଳିଅଝଟକୁ ମା’ ଯେମିତି ମୁଣ୍ଡାଇଥାନ୍ତି ସେହିଭଳି ବାପା ମଧ୍ୟ ସନ୍ତାନଙ୍କ ଖୁସି ପାଇଁ ସବୁ କିଛି କରିଥାନ୍ତି । ଏଭଳି ଜଣେ ବାପା ହେଉଛନ୍ତି କେରଳର ଅରୁଣ କୁମାର ପୁରୁଷୋତ୍ତମ ଯେ ପିଲାଙ୍କ ଖେଳିବା ପାଇଁ ଏକ ଛୋଟ ଅଟୋରିକ୍ସା ପ୍ରସ୍ତୁତ କରିଛନ୍ତି । ଏହି ଅଟୋ ଦେଖିବା ପାଇଁ ହିଁ ଛୋଟ ନହେଲେ ସତସତିକା ଅଟୋ ଭଳି ଏହା ମଧ୍ୟ ସଡକରେ ସ୍ପୀଡରେ ଦୌଡିଥାଏ । ସୋସିଆଲ୍ ମିଡିଆରେ ଲୋକମାନେ ଅରୁଣଙ୍କ ଏହି ଆବିଷ୍କାରକୁ ଖୁବ୍ ପ୍ରଶଂସା କରୁଛନ୍ତି । କିଛି କିଛି ଲୋକ ଏହି ଅଟୋରିକ୍ସାକୁ ‘କ୍ୟୁଟ୍ ଓଟୋ ରିକ୍ସା’ ନାଁ ବି ଦେଇଛନ୍ତି ।

 

ଅରୁଣଙ୍କ ପୁଅ ମାଧବ କୃଷ୍ଣ ୧୯୯୦ ମସିହାରେ ଆସିଥିବା ମାଲାୟଲାମ୍ ସିନେମା ‘ଏ ଅଟୋ’ ର ବହୁତ ବଡ ପ୍ରଶଂସକ ଅଟନ୍ତି । ଏହି ଫିଲ୍ମରେ ଥିବା ଅଟୋକୁ ଦେଖି ମାଧବ ମଧ୍ୟ ସେହିଭଳି ଅଟୋ ଆଣିବାକୁ ବାପାଙ୍କୁ ଜିଦ୍ କରିଥିଲେ ଏହାପରେ ବାପା ନିଜେ ଏହିଭଳି ଏକ ଅଟୋ ପ୍ରସ୍ତୁତ କରିଥିଲେ ଯାହା ସଡକରେ ମଧ୍ୟ ଚାଲୁଛି । ଅରୁଣଙ୍କ କହିବାନୁସାରେ ସେ ଯେତେବେଳେ ଛୋଟ ଥିଲେ ତାଙ୍କୁ ଗାଡି ବହୁତ ପସନ୍ଦ ଥିଲା । ସେ ବି ଚାହୁଁଥିଲେ ଯେ ତାଙ୍କ ପାଖରେ ଏକ ଗାଡି ରହୁ । କିନ୍ତୁ ଆର୍ଥିକ ସ୍ତରରେ ଦୂର୍ବଳ ଥିବା ଅରୁଣଙ୍କ ପାଇଁ ଏହା ସମ୍ଭବ ହୋଇପାରିଲା ନାହିଁ । ଏହି ଅଟୋ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୫ ମାସ ସମୟ ଲାଗିଥିଲା ।