୧୩ ପରେ କାର୍ଡ ଚଳିବ ! ପେଟ୍ରୋଲ ପମ୍ପରେ କାର୍ଡ ପେମେଂଟ୍ ଚିନ୍ତା ହଟିଲା

40

କନକ ବ୍ୟୁରୋ : ଜାନୁଆରୀ ୧୩ ପରେ ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ଡେବିଟ ଓ କ୍ରେଡିଟ କାର୍ଡରେ ଟ୍ରାଞ୍ଜାକ୍ସନ କଲେ କୌଣସି ଚାର୍ଜ ପଡିବ ନାହିଁ । ପେଟ୍ରୋଲ ପମ୍ପ ମାଲିକ ସଂଘର ଧମକ ପରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ କାର୍ଡରେ ପେଟ୍ରୋଲ କିଣିଲେ ସରଚାର୍ଜ କିଏ ଦେବ ସେନେଇ ପେଟ୍ରୋଲ ପମ୍ପ ସଂଘ ଓ ବ୍ୟାଙ୍କଗୁଡିକ ମଧ୍ୟରେ ଆଲୋଚନା ଜାରି ରହିଛି । ନଭେମ୍ବର ୮ତାରିଖରେ ସରକାର ଘୋଷଣା କରିଥିବା ବିମୁଦ୍ରାୟନର ୫୦ ଦିନିଆ ଅବଧୀ ଶେଷ ହେବା ପରେ ପୁଣି ଟ୍ରାଞ୍ଜାକ୍ସନ ଚାର୍ଜ ନେବାକୁ ନିଷ୍ପତି ନେଇଥିଲେ ଆକ୍ସିସ ଓ ଏଚଡିଏଫସି ବ୍ୟାଙ୍କ । ଏହାକୁ ଜୋରଦାର ବିରୋଧ କରିଥିଲେ ପେଟ୍ରୋଲ ପମ୍ପ ମାଲିକ ସଂଘ । ଏପରିକି ଆଜିଠାରୁ କୌଣସି କାର୍ଡ ଗ୍ରହଣ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏହାପରେ ହସ୍ତକ୍ଷେପ କରିଛନ୍ତି ସରକାର ।