ଦୋକାନକୁ ଜୋତା କିଣିବାକୁ ଯାଇଥିଲେ ଗ୍ରାହକ, ଜୋତା ପିନ୍ଧି ଦୈାଡିବାକୁ ଲାଗିଲେ, ତା’ପରେ…

ଦୁଇଟି ଜୋତା ପିନ୍ଧି ସାରି ଟଙ୍କା ନଦେଇ ଦୋକାନରୁ ଦୌଡ଼ି ଆସୁଥିବା ଦେଖା ଯାଇଛି ।

408

କିଛି ଦିନ ହେଲାଣି ସୋସିଆଲ ମିଡ଼ିଆରେ ମାଲେସିଆର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଫେସବୁକରେ ଏହି ଭିଡିଓକୁ ୧.୫ମିଲିୟନ ଲୋକ ଦେଖି ସାରିଥିବା ବେଳେ ଭିଡିଓରେ ଯୁବକଜଣଙ୍କ କରିଥିବା କାରନାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବକ ଜୋତା କିଣିବା ପାଇଁ ଏକ ଦୋକାନକୁ ଯାଇଥିବା ବେଳେ ଦୁଇଟି ଜୋତା ପିନ୍ଧି ସାରି ଟଙ୍କା ନଦେଇ ଦୋକାନରୁ ଦୌଡ଼ି ଆସୁଥିବା ଦେଖା ଯାଇଛି । ଯାହାକୁ ଦେଖି ଜୋତା ଦେଖାଉଥିବା ସେଲ୍ସମ୍ୟାନ୍ ମଧ୍ୟ ଯୁବକଙ୍କ ପଛେ ପଛେ ଦୌଡ଼ିବା ଆରମ୍ଭ କରନ୍ତି । କିନ୍ତୁ ସମୟ ପରେ ଯାହା ଘଟେ, ତାହାକୁ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ହସିବାକୁ ଲାଗନ୍ତି ।

ସୂଚନା ମୁତାବକ, ଜୋତାଟି ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଯୁବକ ଜଣଙ୍କ ଏହାକୁ ପିନ୍ଧି ଦୌଡ଼ିଥିଲେ । ଯାହାକୁ ଦେଖି ଉପସ୍ଥିତ ଲୋକେ ଯୁବକ ଜଣଙ୍କ ଚୋରି କରୁଥିବା କଥା ଭାବିଥିଲେ । କିନ୍ତୁ ପରେ ସେ ପୁଣି ଦୋକାନ ଭିତରକୁ ଦୌଡ଼ି ଆସିଥିଲେ । ଯାହା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଯୁବକଙ୍କ ଏଭଳି କାମ ପ୍ରଥମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିବା ବେଳେ ପରେ ସମସ୍ତଙ୍କୁ ହସାଇଥିଲା । ଏବେ ସେହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।