ଥଣ୍ଡା ପାନୀୟ ପିଉଛନ୍ତି ଯଦି, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ : ନଚେତ୍ ବିପଦରେ ପଡିପାରେ ଆପଣଙ୍କ ଜୀବନ

65

ଏକ୍ସପାୟରୀ ଡେଟ୍ ର କୋଲ୍ଡ ଡ୍ରିଙ୍କ ପିଆଇବା ଉପରେ ଜଣେ ହୋଟେଲ ସଂଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ପୀଡିତ ବିଜୟ ରାଜପୁତଙ୍କ ମୁତାବକ, ସେ ଓ ତାଙ୍କ ସାଙ୍ଗମାନେ ମିଶି ରାତିରେ ଭୋଜନ କରିବାକୁ ଗୋଟିଏ ହୋଟେଲକୁ ଯାଇଥିଲେ । ସେ ଖାଦ୍ୟ ସହିତ କୋଲ୍ଡ ଡ୍ରିଙ୍କ ଅର୍ଡର କଲେ । ଡ୍ରିଙ୍କର ସ୍ୱାଦ ଭିନ୍ନ ଲାଗିବାରୁ ସେ ବୋତଲରେ ଲେଖାଥିବା ମେନ୍୍ୟୁଫେକଚରିଙ୍ଗ ଓ ଏକ୍ସପାୟରୀ ଡେଟ୍ ଦେଖିଲେ । ସେଥିରେ ଦୁଇଟି ଭିନ୍ନ ଭିନ୍ନ ଡେଟ୍ ଲେଖାଥିଲା, ଯେବେକି କୋଲ୍ଡ ଡ୍ରିଙ୍କ ବ୍ୟବହାର କରିବାର ଅବଧି ସର୍ବାଧିକ ୪ ମାସ ଅଙ୍କିତ ଥିଲା ।

ହୋଟେଲରୁ ବାହାରିବା କ୍ଷଣି ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ବାନ୍ତି ହେବାରୁ ସାଙ୍କ ମାନେ ତାଙ୍କୁ ହସପିଟାଲ ନେଇକି ଗଲେ ଓ ଆଇସିୟୁରେ ଭର୍ତ୍ତି କଲେ । ଏହାପରେ ପୁଲିସ୍ କୋଲ୍ଡ ଡ୍ରିଙ୍କ ବୋତଲକୁ ଜବତ କରିନେଲା ।