ରାଜଗାଙ୍ଗପୁର ଜେଲରେ ହାଜତ ମୃତ୍ୟୁ ଅଭିଯୋଗ : ବ୍ୟାଙ୍କ ଆକାଂଉଟରୁ  ୧୦ ଲକ୍ଷ ଟଙ୍କା ହଡପ ମାମଲାରେ ଥାନାରେ ଅଟକ ଥିଲେ ଅଭିଯୁକ୍ତ

80

କନକ ବ୍ୟୁରୋ : ରାଜଗାଙ୍ଗପୁର ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି ।  ଗତ ରାତିରେ ଶବକୁ ଝୁଲନ୍ତା ଅବସ୍ଥାରେ ହାଜତ ଭିତରେ ଦେଖିବାକୁ ମିଳିଥିଲା । ତେବେ ଆତ୍ମହତ୍ୟା କରିଛନ୍ତି ନାଁ ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । କୁତ୍ରା ବ୍ଲକ୍ ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରର ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ବିଭିନ୍ନ ହିତାଧିକାରୀଙ୍କଠାରୁ ଜୟ ଲାକ୍ରା ନାମକ ବ୍ୟକ୍ତି, ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କୁ ରାଜଗାଙ୍ଗପୁର ପୋଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।

ଉଲ୍ଲେଖଯୋଗ୍ୟ, କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରରୁ ରାଇକାକଚ୍ଚାର ଗ୍ରାମର ରବୀନ୍ଦ୍ର ଲାକ୍ରାଙ୍କ ଖାତା ନମ୍ବର ୩୫୨୫୦୦୭୮୨୧୧ରୁ ୯୦ ହଜାର ଟଙ୍କା ଗତ ୨୦ ଓ ୨୧ନଭେମ୍ବରରେ କେହି ଉଠାଇ ନେଇଥିଲା । ଏହା ପୂର୍ବରୁ ୫୦ରୁ ଅଧିକ ଜମାକାରୀଙ୍କ ଖାତାରୁ ୩ରୁ ୧୦ ହଜାର ଟଙ୍କା ଲେଖାଏଁ କରି ୧୦ ଲକ୍ଷ ଟଙ୍କା ହଡ଼ପ ହୋଇଛି ।  ରବିନ୍ଦ୍ରଙ୍କର ଏତଲାକୁ ଭତ୍ତି କରି ରାଜଗାଙ୍ଗପୁର ଥାନାରେ ମାମଲା ରୁଜୁ କରି ଜୟଙ୍କୁ ଥାନାକୁ ଆଣି ପଚରା ଉଚରା କରୁଥିଲା ।