ଏହି ସ୍ଥାନରେ ଲାଗିଥାଏ ଟଙ୍କାର ବଜାର । ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ବିକ୍ରି ହୋଇଥାଏ ଗଦା ଗଦା ନୋଟ୍ ।

42

ଆପଣ ଟଙ୍କାର ନୋଟ ତ ଦେଖିଥିବେ କିନ୍ତୁ କେବେ ନୋଟର ବଜାର ଦେଖିଛନ୍ତି କି । ଯେଉଁଠାରେ କିଲୋଗ୍ରାମ ହିସାବରେ ବିକ୍ରି କରାଯାଇଥାଏ ଟଙ୍କା । ତେବେ ଆମେ ଆପଣଙ୍କୁ ଆଜି ଏମିତି ଏକ ସ୍ଥାନ ବିଷୟରେ କହୁଛୁ ଯେଉଁଠାରେ ଖୋଲା ଆକାଶ ତଳେ ଦେଶର କରେନ୍ସି ବିକ୍ରି କରାଯାଇଥାଏ । ସବୁ ଦେଶ ଗୁଡିକରେ ଟଙ୍କାକୁ ଅତି ସୁରକ୍ଷିତ ଭାବରେ ରଖାଯାଇଥାଏ । କିନ୍ତୁ ଏଠାରେ ନୋଟକୁ ସର୍ବସାଧାରଣରେ କିଣାବିକା କରାଯାଇଥାଏ । ତେବେ ଏହି ଦେଶର ନାମ ହେଉଛି ସୋମାଲିଲ୍ୟାଣ୍ଡ । ଏହି ଦେଶଟି ଆଫ୍ରିକା ପାଖରେ ଅବସ୍ଥିତ ହୋଇଥିବା ବେଳେ ଏହାକୁ ଏପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିପାରିନାହିଁ ।

ସିଲିଙ୍ଗ ହେଉଛି ଏହି ଦେଶର କରେନ୍ସି । ଯାହାର କୌଣସି ଅନ୍ତରାଷ୍ଟ୍ରୀୟ ମୂଲ୍ୟ ନାହିଁ । ଏହି ଦେଶରେ ୫୦୦ ଏବଂ ୧୦୦୦ ଟଙ୍କାର ବଡ ନୋଟ ମଧ୍ୟ ପ୍ରଚଳିତ ଅଟେ । ଏଠାରେ ଆପଣଙ୍କୁ ୧ ଡଲାର ପରିବର୍ତ୍ତେ ୯୦୦୦ ସିଲିଙ୍ଗ ମିଳିଥାଏ । ଏବଂ ଯଦି ଆପଣ ୧୦ ଡଲାର ଦେବେ , ତେବେ ଏହା ବଦଳରେ ଆପଣଙ୍କୁ ୫୦ କିଲୋ ସିଲିଙ୍ଗ ମିଳିଯିବ । ୧୯୯୧ ଗୃହଯୁଦ୍ଧ ପରେ ସୋମାଲିଆ ଠାରୁ ଅଲଗା ହୋଇ ସୋମାଲିଲ୍ୟାଣ୍ଡ ନାମରେ ଏକ ନୂଆ ଦେଶ ଗଠିତ ହୋଇଥିଲା । ଏହି ଦେଶକୁ କୌଣସି ରାଷ୍ଟ୍ର ଅନ୍ତରାଷ୍ଟ୍ରୀୟ ରୂପରେ ମାନ୍ୟତା ଦେଇନାହାନ୍ତି । ଏଠାରେ ନା କୌଣସି ସରକାରୀ ବ୍ୟବସ୍ଥା ଲାଗୁ ହୋଇପାରିଛି ନା କୌଣସି ରୋଜଗାର ବ୍ୟବସ୍ଥା ରହିଛି । ଏପରିକି ଏହି ଦେଶର କରେନ୍ସି ସିଲିଙ୍ଗର ଅନ୍ୟ ଦେଶରେ କୌଣସି ମୂଲ୍ୟ ନାହିଁ । ଏହି କାରଣରୁ ଯଦି ଏଠାରେ ଲୋକମାନଙ୍କୁ ଏକ ବ୍ରେଡ୍ କିଣିବାକୁ ପଡେ ତେବେ ସେମାନଙ୍କୁ ବସ୍ତା ବସ୍ତା ନୋଟ୍ ଦେବା ପାଇଁ ପଡିଥାଏ ।

ପାଖାପାଖି ୬୫୦ ଟଙ୍କାରେ ୫୦ କିଲୋରୁ ଅଧିକ ସିଲିଙ୍ଗ କିଣାଯାଇପାରିବ । କିନ୍ତୁ ଏଥିରେ କୌଣସି ଲାଭ ନାହିଁ । ଏତେ ସାରା ଟଙ୍କାରେ ଆପଣଙ୍କୁ ମାତ୍ର ଅଳ୍ପ ସାମଗ୍ରୀ ହିଁ ମିଳିପାରିବ । ଏହି ଦେଶରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପାଇଥିବା ଗୋଟିଏ ହେଲେ ବ୍ୟାଙ୍କ ନାହିଁ । ଏଥିପାଇଁ ଏହା ସ୍ୱାଭାବିକ ଅଟେ ଯେ ଏଠାରେ ନା କୌଣସି ବ୍ୟାଙ୍କିଙ୍ଗ ସୁବିଧା ଅଛି ନା କୌଣସି ଏଟିଏମ୍ ।