ଫେରିଲା ସଦଭାବନା ! ଭଦ୍ରକରେ ଅଶାନ୍ତିର ନିଆଁ ଜାଳିଥିବା ୯୯ ଜଣ ଗିରଫ

25

କନକ ବ୍ୟୁରୋ : ୪ଦିନ ପରେ ଭଦ୍ରକରେ ଖୋଲିଲା ସ୍କୁଲ । ସହରରେ ଶାନ୍ତି ଫେରି ଆସୁଥିବାରୁ ଆଜି ଏକକାଳୀନ ୬ ଘଂଟା କର୍ଫ୍ୟୁ କୋହଳ କରାଯାଇଥିଲା । ଏଥିସହ ସ୍କୁଲ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ସବୁ ଖୋଲିବାକୁ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ତେଣୁ ଆଜି ବିଭିନ୍ନ ସ୍କୁଲରେ ସକାଳ ୮ଟାରୁ ପହଂଚିଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ।

ଏବେ ହିଂସା ଓ ଅଶାନ୍ତିର ନିଆଁ ଲିଭିସାରିଥିଲେ ବି ଲୋକଙ୍କ ମନରୁ ଯାଇନି ଭୟ । ସେଥିପାଇଁ ସ୍କୁଲଗୁଡିକରେ ଅନ୍ୟଦିନ ଅପେକ୍ଷା ଉପସ୍ଥାନ କମ ରହିଥିଲା । ସହରରେ ଏବେ ବି ୩୮ ପ୍ଲାଟୁନ ପୋଲିସ ସହ ୬ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସଜାଗ ରହିଛନ୍ତି । ଭଦ୍ରକରେ ଦଙ୍ଗା ଓ ସାଂପ୍ରଦାୟିକ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ୯୯ ଜଣଙ୍କୁ ଗିରଫ କରାଯାଇଛି ।

କେବଳ ସ୍କୁଲ କାହିଁକି, ବ୍ୟାଙ୍କ, ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟ ବି ଖୋଲିଛି । ଶାନ୍ତି ଫେରିଆସିଥିବା ନେଇ ସହରବାସୀଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି ପ୍ରଶାସନ । ଏବେ ବି ୩୮ ପ୍ଲାଟୁନ ପୋଲିସ ସହ ୬ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସଜାଗ ରହିଛନ୍ତି । ପରିସ୍ଥିତିକୁ ଦେଖି କର୍ଫ୍ୟୁ କୋହଳ ଅବଧି ବଢାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଭଳି ସହର ଭିତରକୁ ଆସିପାରିବ ସେଥିପାଇଁ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ଭଦ୍ରକରେ ଦଙ୍ଗା ଓ ସାଂପ୍ରଦାୟିକ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ୯୯ ଜଣଙ୍କୁ ଗିରଫ କରି ତନାଘନା ତଦନ୍ତ ଚାଲିଛି । ସେପଟେ ପରିସ୍ଥିତିକୁ ଦେଖି ଇଂଟରନେଟ ଉପରେ ଲାଗିଥିବା ୪୮ ଘଂଟିଆ କଟକଣା ମଧ୍ୟ ହଟାଯାଇ ପାରେ ବୋଲି ପ୍ରଶାସନ କହିଛି ।