ମଣିପୁରର ରାଜଧାନୀ ଇମ୍ଫାଲରେ ବ୍ୟାପକ ହିଂସାକାଣ୍ଡ: ସ୍ଥିତି ସୁଧାରିବାକୁ ରାଜ୍ୟ ସରକାରଙ୍କ କର୍ଫ୍ୟୁ ଜାରି

33

କନକ ବ୍ୟୁରୋ : ମଣିପୁରର ରାଜଧାନୀ ଇମ୍ଫାଲରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଉତ୍ତେଜିତ ଲୋକମାନେ ବହୁ ସଂଖ୍ୟାରେ ଗାଡିଗୁଡିକ ପୋଡିଦେଇଛନ୍ତି । ସ୍ଥିତି ସୁଧାରିବାକୁ ଯାଇ ରାଜ୍ୟ ସରକାର ପୂର୍ବାଂଚଳରେ କର୍ଫ୍ୟୁ ଜାରି କରିଛନ୍ତି । ନାଗା କାଉନସିଲର ଅର୍ଥନୈତିକ ଅବରୋଧ ଯୋଗୁଁ ଲୋକଙ୍କ ସ୍ୱାଭାବିକ ଜୀବନ ପ୍ରଭାବିତ ହୋଇଛି । ତେଣୁ ଲୋକେ ଉତ୍ୟକ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇ ପୋଡାଜଳା କରିଛନ୍ତି । ରାଜ୍ୟର ପୂର୍ବାଂଚଳରେ ଥିବା ଖୁରଇ ହିକରୁ ମଖୋଙ୍ଗରେ ନାଗା ଅଂଚଳରୁ ଆସୁଥିବା ଗାଡିକୁ ଉତ୍ୟକ୍ତ ଲୋକେ ଜାଳି ଦେଇଛନ୍ତି ।