ଅଶାନ୍ତ କେନ୍ଦ୍ରାପଡାରେ ଫେରୁଛି ଶାନ୍ତି: ହଟିଲା କର୍ଫ୍ୟୁ, ୧୪୪ ଧାରା ବଳବତର, ଖୋଲିବ ଶିକ୍ଷାନୁଷ୍ଠାନ

ପ୍ରଶାସନ ଉଦ୍ୟମରେ ସର୍ବଦଳୀୟ ଶାନ୍ତି କମିଟି ବୈଠକ ସଫଳ

111

କନକ ବ୍ୟୁରୋ: ଅଶାନ୍ତ କେନ୍ଦ୍ରାପଡାକୁ ଫେରୁଛି ଶାନ୍ତି । ପ୍ରଶାସନର ଉଦ୍ୟମରେ ଆୟୋଜିତ ଶାନ୍ତି କମିଟି ବୈଠକ ସଫଳ ହୋଇଛି । ନିଷ୍ପତି ଅନୁସାରେ ଆଜି ସକାଳ ୮ଟାରେ କର୍ଫ୍ୟୁ ହଟିଛି । ତେବେ ୧୪୪ ଧାରା ବଳବତର ରହିଛି । ଆଉ କିଛି ସମୟ ପରେ କେନ୍ଦ୍ରପଡାରେ ବାହାରିବ ଶାନ୍ତି ଶୋଭାଯାତ୍ରା । ଏହା ପରେ ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ନିଷ୍ପତି ନେବ ବୋଲି ଜଣାପଡିଛି ।

ଅନ୍ୟପଟେ କେନ୍ଦ୍ରାପଡା ସଦର ଅଂଚଳରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଖୋଲା ରହିବାକୁ ବୈଠକରେ ନିଷ୍ପତି ହୋଇଛି । ବୁଧବାର ଗୋଷ୍ଠୀ ସଂଘର୍ଷ ପରେ ଗତକାଲି କେନ୍ଦ୍ରାପଡାରେ କର୍ଫ୍ୟୁ ଲଗାଇଥିଲା ପ୍ରଶାସନ । ରାଷ୍ଟ୍ରୀୟ ସୁରକ୍ଷା ମଂଚ ବନ୍ଦ ଯୋଗୁଁ ପୌରାଂଚଳର ସମସ୍ତ ସ୍କୁଲ, କଲେଜ ଛୁଟି ରହିଥିଲା । ଆଇନଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ରାପଡାରେ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।