ସ୍ୱାଭିମାନ ଅଞ୍ଚଳରେ ବିଜୁଳି ନାହିଁ ! ପୋଲ ଉପରେ ପାଣି ଯାଉଛି ବୋଲି ୩ ଦିନ ଧରି ଆଲୁଅ ଜଳୁନି ।

51

ଚିତ୍ରକୋଣ୍ଡା ବିଛିନାଞ୍ଚଳ କୁହା ଯାଉଥିବା ବର୍ତମାନର ସ୍ୱାଭିମାନ ଅଂଚଳରେ ଗତ ତିନି ଦିନ ଧରି ବିଦ୍ୟୁତ ସେବା ବନ୍ଦ ରହିଛି । ସାତଟି ପଞ୍ଚାୟତ ର ୧୫୧ ଗ୍ରାମ ବର୍ତମାନ ଅନ୍ଧାରି ଘେରରେ ଛନ୍ଦି ହୋଇପଡ଼ିଛି । କାରଣ ସିଲିଗୁମା ଏବଂ ବୁଡିଗେଟା ନାଳ ମଝିରେ ପୋଲ ସହିତ ତାର ପାଣିରେ ବୁଡି ଯାଇଛି । ସେହି ନାଳ ଉପର ଦେଇ ଯେଉଁ ପୋଲ ସହ ତାର ଯାଇଛି ସେ ହିଁ ମୁଖ୍ୟ ରାସ୍ତା ସ୍ୱାଭିମାନ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚାଇ ଥାଏ।

ସୂଚନା ମୁତାବକ, ଚଳିତ ବର୍ଷ ଭାରି ବର୍ଷା କାରଣରୁ ଚାରିଆଡେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ସାଧାରଣତଃ ଗାଁ ଗହଳିରେ ବାସ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏଥିସବୁ ମଧ୍ୟରେ ଚିତ୍ରୋକୋଣ୍ଡା ନିକଟରେ ଥିବା ସ୍ୱାଭିମାନ ଅଞ୍ଚଳରେ ଗତ ତିନି ଦିନ ହେବ ବିଦ୍ୟୁ ନାହିଁ । ଏହାର କାରଣ ହେଉଛି ଯେଉଁ ପୋଲ ଦେଇ ବିଦ୍ୟୁତ ତାର ସ୍ୱାଭାମାନ ଅଞ୍ଚଳକୁ ଯାଇଛି ସେହି ପୋଲ ଏବେ ପାଣିରେ ବୁଡି ରହିଛି । ଯାହା ଫଳରେ ଗାଁରେ ବିଦ୍ୟୁତ ପହଞ୍ଚିବା ସମ୍ଭବ ହୋଇପାରୁନି । ବିଦ୍ୟୁତ ନ ଥିବାରୁ ସ୍ୱାଭିମାନ ଅଞ୍ଚଳରେ ବସ ବାସ କରୁଥିବା ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତିରେ ଘରୁ ବାହାରିବା କଷ୍ଟ ହୋଇ ପଡୁଛି । ଅନ୍ଧାରରେ ସାପ ଏବଂ ବଣୁଆ ପଶୁ ପକ୍ଷୀ ଙ୍କର ଭୟ ମଧ୍ୟ ଦେଖିବାକୁ ମିଳିଛି ।

ଚିତ୍ରୋକୋଣ୍ଡା ନିକଟରେ ଥିବା ସ୍ୱାଭିମାନ ଗାଁର ଅବସ୍ଥା ତିନିଦିନ ହେବ ସାଂଘାତିକ ରହିଛି । ଏନେଇ ଗ୍ରାମବାସୀମାନେ ଅଭିଯୋଗ କରିବା ସତ୍ୱେବି ପ୍ରଶାସନ ତରଫରୁ ଏଯାଏ କୌମସି ପଦକ୍ଷପ ନିଆଯାଇ ନାହିଁ ।