କନକ ବ୍ୟୁରୋ : ଜାମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ ଥମିବାରେ ନା ନେଉ ନାହିଁ । ବାରମ୍ବାର ସୀମାପାର ଆତଙ୍କବାଦୀ ମାନେ ଭାରତୀୟ ଯବାନଙ୍କ ଉପରକୁ ଗୁଳିମାଡ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଅଶାନ୍ତ ହୋଇପଡ଼ିଛି। ନିୟନ୍ତ୍ରଣରେଖା ନିକଟରେ ଗୁଳିବର୍ଷା ଜାରି ରହିଛି। କୁପୱାଡା ନିୟନ୍ତ୍ରଣରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜଣେ ଯବାନ ସହିଦ ହୋଇଛନ୍ତି।

 

ଅନ୍ୟପକ୍ଷରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ଆବଶ୍ୟକ ରହିଛି ବୋଲି ସେନା ମୁଖ୍ୟ ବିପିନ୍ ରାଓ୍ଵତ୍ ସୋମବାର କହିଛନ୍ତି। ନିକଟସ୍ଥ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିରହଗିଥିବା ସନ୍ଦେହ କରି ଯବାନମାନେ କମ୍ବିଂ ଅପରେସନ ଜୋରଦାର କରୁଛନ୍ତି । ସୀମାରେ ଯବାନମାନେ ସତର୍କ ରହିବା ସହ ଯେପରି ଭାବରେ କୈାଣସି ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରିନପାରନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ସେନାର ବରିଷ୍ଠ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।