କେଶ ପାଇଁ କେତେ ଉପକାରୀ ଜିରା . . . ଜାଣନ୍ତୁ !

255

ଜିରା ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ । ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା । ଏହାକୁ ଗୋଟା ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ । ବହୁ ପୁରାତନ କାଳରୁ ଜିରାର ବ୍ୟବହାର ହୋଇ ଆସୁଅଛି । ଯେକୌଣସି ତରକାରୀ ପ୍ରସ୍ତୁତ କଲା ବେଳେ ଜିରା ଆବଶ୍ୟକ ହୁଏ । ଜିରା ଖାଦ୍ୟର ସ୍ୱାଦ ବଢ଼ାଏ । ଜିରା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ଏହା କେଶ ପାଇଁ ବି ଭାରି ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜିରାକୁ କେଶ ପାଇଁ କିପରି ବ୍ୟବହାର କରିବା . . . ?

କେଶର ଚମକ ବଢ଼ାଏ : –
ଜିରା କେବଳ କେଶ ଝଡ଼ିବାରୁ ମୁକ୍ତି ଦିଏ ନାହିଁ, ଏହା କେଶକୁ ଲମ୍ବା ଓ ସାଇନିଂ କରିବାରେ ମଧ୍ୟ ସହଯୋଗ କରେ । କଳା ଜିରାର ପାଣିକୁ ଅଣ୍ଡାର କେଶର ଓ ଅଲିଭ୍ ଓଏଲ୍ରେ ମିଶାଇ ଚୁଟିରେ ଲଗାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଘଣ୍ଟାଏ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ । ଭଲ ଫଳ ପାଇବା ପାଇଁ ସପ୍ତାହରେ ଥରେ ଏହାକୁ ପ୍ରୟୋଗ କରନ୍ତୁ ।

ଚନ୍ଦାପଣରୁ ମୁକ୍ତି ଦିଏ : –

ବଦଳୁଥିବା ଜଳବାୟୁରେ ପ୍ରାୟ ସମସ୍ତଙ୍କର କେଶ ଝଡୁଛି । ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି କି? ତା’ହେଲେ ଜିରା ଆପଣଙ୍କ ସମସ୍ୟାର ସମାଧାନ କରିପାରିବ । ଏକ ଛୋଟ ଚାମଚ ଜିରା ତେଲକୁ ବଡ଼ ଚାମଚ ଅଲିଭ ଅଏଲ ଅବା ନଡ଼ିଆ ତେଲରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁଣ୍ଡରେ ଭଲ ଭାବେ ଘଷି ଲଗାଇ ଦିଅନ୍ତୁ । ଏହି ତେଲକୁ ମୁଣ୍ଡରେ ଅତିକମରେ  ଅଧାଘଣ୍ଟା ରହିବାକୁ ଦିଅନ୍ତୁ । ତା’ପରେ ସାମ୍ପୁ କରି କେଶକୁ ଧୋଇ ଦିଅନ୍ତୁ । ଏହି ତେଲର ବ୍ୟବହାର କଲେ ମୁଣ୍ଡରୁ ଚୁଟି ଝଡ଼ିବା କମି ଯିବ ଓ ଆପଣ ଚନ୍ଦାପଣରୁ ମୁକ୍ତି ପାଇବେ ।

ରୁପିରୁ ମୁକ୍ତି ଦିଏ : –
ରୁପି କେଶର ଆଉ ଏକ ବଡ଼ ସମସ୍ୟା । ଜଣ ଜଣଙ୍କ ମୁଣ୍ଡରେ ପ୍ରାୟ ସବୁବେଳେ ରୁପି ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜିରା ତେଲ ବ୍ୟବହାର କରନ୍ତୁ ।