କାଳିଆକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ! ଯୋଜନାର ଲାଭ ବଖାଣିଲେ କଳାକାର

195

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପିଠା କାର୍ଯ୍ୟକ୍ରମ ଚାଲିଥିବା ବେଳେ ପିଠା କାର୍ଯ୍ୟକ୍ରମରେ ଚାଲଛି କାଳିଆ ଯୋଜନାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ।  ପାଲା ମାଧ୍ୟମରେ ସରକାରଙ୍କ କାଳିଆ ଯୋଜନା ବାବଦରେ ଲୋକଙ୍କୁ ବୁଝାଉଛନ୍ତି ପାଲା ଗାୟକ । ଚାଷୀଙ୍କ ଉନ୍ନତି ପାଇଁ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ସମସ୍ତ ତଥ୍ୟ ଲୋକଙ୍କ ସମ୍ନାନରେ ରାଖାଯାଉଛି । କାଳିଆ ଯୋଜନାରେ ଲୋକମାନେ କିପରି ଆବେଦନ କରିବେ, କିପରି ଲାଭ ମିଳିବ, ସବୁ କଥା ପାଲା କାର୍ଯ୍ୟକ୍ରମ ଦ୍ୱାରା ପରିବେଷଣ କରାଯାଉଛି । ଏମିତି ପାଲା ସମ୍ବଲପୁର ଜିଲ୍ଲା କଳାମାଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

ପିଠା କାର୍ଯ୍ୟକ୍ରମରେ ଟଙ୍କାକିଆ ଚାଉଳ ପାଉଥିବା ହିତାଧିକାରୀଙ୍କୁ ଚାରୋଟି ଲେଖାଏଁ ଏଲ୍ଇଡି ବଲ୍ବ୍ ଦିଆଯାଇଛି । ଏପଟେ ଜିଲ୍ଲାପାଳ ନିଜେ କାର୍ଯ୍ୟକ୍ରମର ତଦାରଖ କରୁଥିବା ବେଳେ ଆଗାମି ଦିନରେ ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କୁ ଜଣାଇବା ସହ ଲୋକମାନେ କିଭଳି ସରକାରୀ ଯୋଜନାର ଫାଇଦା ପାଇବେ ତାଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି । ହିତାଧିକାରୀମାନେ ଏଭଳି କାର୍ଯ୍ୟକ୍ରମକୁ ଆଶି ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି ।