ସାତକୋଶିଆ ଅଭୟାରଣ୍ୟରୁ ଅସୁସ୍ଥ ଅବସ୍ଥାରେ ହାତୀ ଛୁଆ ଉଦ୍ଧାର!

35

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟରୁ ହାତୀ ଛୁଆ ଉଦ୍ଧାର । ପମ୍ପସାର ରେଂଜ ଯୁକୁବୁ ନାଳରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ନାଳରେ ହାତୀ ଛୁଆଟି ଅସୁସ୍ଥ ଅବସ୍ଥାରେ ପଡିଥିବା ଦେଖି ଗାଁଲୋକେ ବନବିଭାଗକୁ ଖବର ଦେଇଥିଲେ । ତେବେ ବନବିଭାଗ ପକ୍ଷରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ତେବେ ଅଂଶୁଘାତ କାରଣରୁ ହାତୀ ଛୁଆଟି ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି ।