ଆଠଗଡ:ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ନିକଟ ଓର୍ଦା ପଡିଆରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର

24

କନକ ବ୍ୟୁରୋ : ସଂକଟରେ ଗଜରାଜ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ହାତୀର ମୃତ୍ୟୁ ଖବର ଆସୁଛି । ଆଠଗଡ ଖୁଂଟୁଣି ରେଂଜ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ନିକଟ ଓର୍ଦା ପଡିଆରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି ।

କିଛି ଦିନ ଧରି ଅସୁସ୍ଥ ଥିବା ହାତୀଛୁଆର ମୃତ୍ୟୁ ହୋଇଥିବା କହିଛି ବନବିଭାଗ । ଆଜି ହାତୀଟିର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ । ତେବେ ବାରମ୍ବାର ଏହି ରେଂଜରେ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।