୭ ଦିନ ପରେ ବି ବୟାଳିଶି ମୌଜା ଗଣଧର୍ଷଣ ଘଟଣାରେ ପୁଲିସ୍ ହାତ ଖାଲି : ନ୍ୟାୟ ପାଇଁ ଏକାକୀ ଲଢୁଛି ସ୍ୱାମୀ

32

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ କଟକ ବୟାଳିଶି ମୌଜା ଗଣଧର୍ଷଣ ଘଟଣାରେ ପୁଲିସ ହାତ ଖାଲି । ପୀଡିତାଙ୍କ ବୟାନ ପରେ ବି ଅଭିଯୁକ୍ତଙ୍କ ମିଳୁନି ଟେର । ଆଉ ସ୍ତ୍ରୀର ନ୍ୟାୟ ପାଇଁ ଏକାକୀ ଲଢୁଛି ସ୍ୱାମୀ । କଟକ ବୟାଳିଶି ମୌଜା ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଗତ ୨୬ ତାରିଖ ରାତିରେ ୪ ଜଣ ଦୁବୃତ ଘରେ ପଶି ଲୁଟ୍ କରିବା ପରେ ଉକ୍ତ ମହିଳାଙ୍କ ୫ ବର୍ଷର ଝିଅ ବେକରେ ଛୁରୀ ଲଗାଇ ନଦୀ ପଠାକୁ ନେଇ ଗଣଧର୍ଷଣ କରିଥିଲେ । ଏପରିକି ପାଟି କଲେ ମାରିଦେବାକୁ ଧମକ ଦେଇଥିଲେ ଦୃର୍ବତ । ପୀଡିତାଙ୍କ ବୟାନ ପରେ କମିସନରେଟ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ନିଜେ ଡିସିପି ଘଟଣା ସ୍ଥଳକୁ ପୀଡିତାଙ୍କୁ ନେଇ ଛାନଭିନ କରିଥିଲେ । ନଦୀ ପଠାରୁ କିଛି ସୁରାଗ ବି ମିଳିଥିଲା । କିନ୍ତୁ ଏହା ଭିତରେ ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୁଲିସ୍ ।