ଜାପାନରେ ଦିଆଯାଉଛି କାନ୍ଦିବାର ଟ୍ରେନିଙ୍ଗ : ଟ୍ରେନିଙ୍ଗରେ ସାମିଲ ହେଉଛନ୍ତି ଅଫିସ କର୍ମଚାରୀ ଓ ସ୍କୁଲ ପିଲା । ଜାଣନ୍ତୁ କାହିଁକି ?

ଜାପାନରେ ଲୋକମାନେ ନେଉଛନ୍ତି କାନ୍ଦିବାର ଟ୍ରେନିଙ୍ଗ !

177

କିଛି ଦିନ ହେବ ଜାପାନରେ ଥିବା ବିଭିନ୍ନ ଅଫିସ ଏବଂ ସ୍କୁଲମାନଙ୍କରେ ସମସ୍ତଙ୍କୁ କାନ୍ଦିବା ପାଇଁ ପ୍ରୋତ୍ସାହିତ କରାଯାଉଥିବା ଜଣାପଡ଼ିଛି । ଏହାସହ ଲୋକମାନଙ୍କୁ କାନ୍ଦିବାର ଟ୍ରେନିଙ୍ଗ ଦେବା ପାଇଁ ଖାସ୍ କରି ଟିୟର୍ସ ଟିଚର୍ସ ମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଉଥିବା ସୂଚନା ମିଳିଛି ।

ତେବେ ଲୋକମାନଙ୍କୁ ଅବସାଦରୁ ଦୂର କରିବା ପାଇଁ ଜାପାନ ଏପରି କରିବା ଆରମ୍ଭ କରିଛି । ଅଧିକ କାନ୍ଦିବା ଦ୍ୱାରା ଅବସାଦ ଦୂର ହୁଏ ବୋଲି ଗବେଷଣାରୁ ଜଣାପଡ଼ିବା ପରେ ନିଜ ଦେଶବାସୀଙ୍କୁ ଅବସାଦରୁ ଦୂରରେ ରଖିବା ପାଇଁ ଜାପାନ ଏହି ବାଟ ଆପଣାଉଥିବା ଦେଖାଯାଇଛି । ଅବସାଦକୁ ଦୂର କରିବା ପାଇଁ କାନ୍ଦିବା, ହସିବା ଏବଂ ଶୋଇବାଠାରୁ ଅଧିକ ଲାଭଦାୟକ ବୋଲି ଜାପାନର ଲୋକମାନେ ବିଶ୍ୱାସ କରିବା ସହ ଏବେ ସେମାନେ କାନ୍ଦିବାର ଟ୍ରେନିଙ୍ଗ ନେବାରେ ଲାଗିଛନ୍ତି ।

ଏବେ ଲୋକମାନଙ୍କ ଉପରେ କାମର ଚାପ ଏବଂ ବ୍ୟକ୍ତିଗତ ଜୀବନରେ ଅସୁବିଧା ଦେଖାଦେଉଥିବାରୁ ସେମାନେ ପୂର୍ବ ଅପେକ୍ଷା ଅଧିକ ଅବସାଦଗ୍ରସ୍ତ ହେଉଛନ୍ତି । ଯାହା ପାଇଁ କାନ୍ଦିବା ହେଉଛି ଏକ ଲାଭଦାୟକ ଔଷଧ । କାନ୍ଦିବା ଦ୍ୱାରା ଆଖି ସୁରକ୍ଷିତ ରହିବା ସହ ମନ ହାଲୁକା ହୋଇଯାଇଥାଏ । ଯାହା ଦ୍ୱାରା ଦୃଷ୍ଟିଶକ୍ତି ଠିକ୍ ରହିବା ସହ ଅବସାଦ ମଧ୍ୟ ଦୂର ହୋଇଥାଏ ।