ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବା ପାଇଁ ଦୁଇ ହଜାର ରେଳ ଷ୍ଟେସନରେ କ୍ରସର ମେସିନ ଲଗାଇବ ଭାରତୀୟ ରେଳବାଇ ।

78

ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ଭାରତୀୟ ରେଳବାଇ ତରଫରୁ ଏକ ବଡ ପଦକ୍ଷପ ଗ୍ରହଣ କରାଯାଇଛି । ଦେଶର ଦୁଇ ହଜାର ରେଳ ଷ୍ଟେସନରେ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ମେସିନ ଲଗାଇବ ଭାରତୀୟ ରେଳବାଇ । ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ରେଲବାଇର ୧୬ ଟି ଜୋନ ଏବଂ ୭୦ଟି ରେଳ ଷ୍ଟେସନ ମଣ୍ଡଳରେ ପ୍ଲାଫ୍ଟିକକୁ ନଷ୍ଟ କରିବା ପାଇଁ ଦୁଇ ହଜାର କ୍ରସର ମେସିନ ସ୍ଥାପିତ କରିବା ପାଇଁ ଯୋଜନା କରାଯାଉଛି ।

ପ୍ଲାଷ୍ଟିକ କାରଣରୁ ପରିବେଶ ଦିନକୁ ଦିନ ପ୍ରଦୁଷଣ ହେବାକୁ ଲାଗିଲାଣି । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ରେଳ ଷ୍ଟେସନରେ ପ୍ଲାଷ୍ଟିକକୁ ନଷ୍ଟ କରିବାର ମେସିନ ଲଗାଯିବାର ପ୍ରବନ୍ଧନ କରାଯାଉଛଉ । ୨୦୦୭ର ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ରେଳ ଷ୍ଟେସନରୁ ପ୍ରାୟ ୬,୨୮୯ ଟନ ପ୍ଲାଷ୍ଟି ଆବର୍ଜନା ଟ୍ରକ ମାଧ୍ୟମରେ ବାହାରେ ଫୋପଡି ଦିଆଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏପରି ଏକ ପଦକ୍ଷକ ଗ୍ରହଣ କରିଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକରୁ ପରିବେଶକୁ ରକ୍ଷା କରିବା ।

ରେଳ ଷ୍ଟେସନରେ ଏହି ମେସିନ ଲାଗିବା ଦ୍ୱାରା ଯାତ୍ରୀମାନେ ପ୍ଲାଷ୍ଟିକ ବୋତଲ କିମ୍ବା ପ୍ଲାଷ୍ଟିକର ଅନ୍ୟାନ୍ୟ ସମଗ୍ରୀ ଗୁଡିକୁ ବାହାରେ ନପକାଇ ଏହି କ୍ରସର ମେସିନରେ ପାକାଇବେ । ଯାହାଫଳରେ ଏହି ମେସିନ ପ୍ଲାଷ୍ଟିକ ଗୁଡିକୁ ନଷ୍ଟ କରି ତା ଟଙ୍କିରେ ମହଜୁଦ କରି ରଖିବ । ଯାହାକୁ ପରେ ଟାଙ୍କିରୁ ବାହାର କରାଯାଇ ପୁନଃଉପଯୋଗୀ କରାଯିବ । ଏହାଦ୍ୱାରା ପରିବେଶକୁ ପ୍ରଦୁଷଣରୁ ରକ୍ଷା କରାଯାଇପାରିବ ।

ଉଲ୍ଲେଖଯୋଗ୍ୟ କି, ପୂର୍ବରୁ ଭାରତୀୟ ରେଳବାଇ ଅଳ୍ପ କେତେକ ଷ୍ଟେସନରେ ଏହି କ୍ରସର ମେସିନକୁ ଲଗାଇଥିଲେ । ସେହି ସମୟରେ ରେଳବାଇ ଘୋଷଣା କରିଥିଲା ଯେଉଁ ବ୍ୟକ୍ତି କ୍ରସର ମେସିନରେ ପ୍ଲାଷ୍ଟି ବୋତଲ ପକାଇବ ତାଙ୍କୁ ବୋତଲ ବଦଳରେ ୫ ଟଙ୍କା ମିଳିବ । ରେଳବାଇର ଏହି ଯୋଜନା ବେଶ ସଫଳ ହୋଇଥିବାରୁ ଏବେ ରେଳବାଇ ଏହି ଯୋଜନାକୁ ଆହୁରି ଉନ୍ନତତ୍ତର କରିବା ପାଇଁ ଚେଷ୍ଟା ଜାରି ରଖିଛି ।