ଆଖି ଖୋଲିଲା ସିଆରଏସ୍ ରିପୋର୍ଟ : ଆଦିବାସୀ ଇଲାକାରେ କନ୍ୟା ସନ୍ତାନର ଆଦର

32

କନକ ବ୍ୟୁରୋ : ଉପକୂଳ ଓଡ଼ିଶା ତୁଳନାରେ ପଛୁଆ ଅଂଚଳରେ କନ୍ୟା ସନ୍ତାନଙ୍କ ସଂଖ୍ୟା ଅଧିକ । ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ- ସିଆରଏସ ରିପୋର୍ଟରେ ଦିଆଯାଇଛି ଏମିତି ଆଖି ଖୋଲିଦେବା ଭଳି ତଥ୍ୟ । ଉନ୍ନତ ଓ ଶିକ୍ଷିତ ଅଂଚଳ ତୁଳନାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅ ଅଧିକ ।

୯ଟି ଜିଲ୍ଲାରେ ନବଜାତ ପୁତ୍ର ସନ୍ତାନଙ୍କ ଅପେକ୍ଷା କନ୍ୟା ସନ୍ତାନଙ୍କ ପ୍ରତି ଆଗ୍ରହ ବେଶୀ । ୩ଟି ଉପକୂଳ ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଜୁ କନ୍ୟାରତ୍ନ ଯୋଜନା ଓ ଗୋଟିଏ ଜିଲ୍ଲାରେ କେନ୍ଦ୍ରର ବେଟି ବଚାଓ, ବେଟି ପଢ଼ାଓ ଯୋଜନାକୁ ଉପହାସ କରିଛି ସିଆରଏସର ଏହି ରିପୋର୍ଟ ।