ଗୁରୁପ୍ରିୟା ସେତୁର ମାନ ଯାଂଚ କରିବେ ବୈଜ୍ଞାନିକ! ସିଆରଆରଆଇକୁ ଚିଠି ଲେଖିଲା ପୁର୍ତ ବିଭାଗ

52

କନକ ବ୍ୟୁରୋ : ମାଲକାନଗିରି ଗୁରୁପ୍ରିୟା ସେତୁର ମାନ ଯାଂଚ ହେବ । କେନ୍ଦ୍ର ସିଆରଆରଆଇର ୧୦ଜଣିଆ ବୈଜ୍ଞାନିକ ଦଳ ସେତୁର ମାନ ଯାଂଚ କରିବେ । ଏଥିପାଇଁ ସିଆରଆରଆଇକୁ ଚିଠି ଲେଖିଛି ପୁର୍ତ ବିଭାଗ । ଗୁରୁୁପ୍ରିୟା ସେତୁ ଉଦଘାଟନ ପୂର୍ବରୁ ଯାଂଚ କରି ରିପୋର୍ଟ ଦେବାକୁ ଅନୁରୋଧ କରିଛି ପୁର୍ତ ବିଭାଗ । ତେବେ ଗୁରୁପ୍ରିୟାର ଅନୁଧ୍ୟାନ କରିବା ପାଇଁ ସିଆରଆରଆଇ ୩୮ଲକ୍ଷ ୫୬ହଜାର ଟଙ୍କା ନେବ । ଏହାପୂର୍ବରୁ ପୁର୍ତ ବିଭାଗ ୧୯ଲକ୍ଷ ୨୮ହଜାର ଟଙ୍କା ସିଆରଆରଆଇକୁ ଅଗ୍ରୀମ ଦେଇସାରିଛି ।

ନିର୍ମାଣଧୀନ ଅବସ୍ଥାରେ ବାରମ୍ବାର ବମିଖାଲ ଓଭରବ୍ରିଜ ଭୁଷୁଡ଼ିବା ପରେ ସରକାର ଗୁରୁପ୍ରିୟା ସେତୁର ମାନ ପାଇଁ ତତ୍ପର ହୋଇଛନ୍ତି । ଆଗକୁ ଯେପରି ବଡ଼ ଅଘଟଣ ନ ଘଟିବ ସେଥିପାଇଁ ସେତୁର ମାନ ଯାଞ୍ଚ ପାଇଁ ସିଆରଆରଆଇକୁ ଚିଠି ଲେଖିଛି ପୁର୍ତ ବିଭାଗ ।