୨୧ ହଜାର ଯବାନଙ୍କ ପାଇଁ ସିଆରପିଏଫ୍ ରେ ବାହାରିବ ନିଯୁକ୍ତି ସୁଯୋଗ ! ବଦଳିବ ପୁରୁଣା ଟ୍ରେନିଙ୍ଗ୍ ପ୍ରଣାଳୀ ।

55

କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ (ସିଆରପିଏଫ୍) ନକ୍ସଲ ଏବଂ ଆତଙ୍କବାଦ ପ୍ରଭାବିତ ରାଜ୍ୟରେ ଡ୍ୟୁଟି କରିବା ପାଇର୍ ଦକ୍ଷ ତଥା ମଜବୁତ ସୈନ୍ୟଙ୍କ ପାଇଁ ଶାରୀରିକ ପ୍ରଶିକ୍ଷଣ ପ୍ରଣାଳୀକୁ ନୂଆରୁପ ଦେବ । ଏଥିପାଇଁ ସିଆରପିଏଫ୍ ଖୁବଶୀଘ୍ର ୨୧,୫୬୬ କର୍ମୀଙ୍କୁ ନିଯୁକ୍ତି ଦେବାକୁ ଯାଉଛି । ସିଆରପିଏଫ୍ ର ମହାନିର୍ଦ୍ଦେଶକ ଆର.ଆର ଭଟ୍ଟନାଗରଙ୍କ କହିବାନୁସାରେ ଭର୍ତ୍ତୀ ପ୍ରଶିକ୍ଷଣ ପାଠ୍ୟକ୍ରମ ସମୟରେ କର୍ମୀଙ୍କୁ ଆଘାତ ହେଉଥିବା ଦେଖି ପ୍ରଶିକ୍ଷଣର ପୁରୁଣା ଢାଞ୍ଚାକୁ ବଦଳାଇ ଦିଆଯାଇଛି । ବିଶେଷଜ୍ଞ ଟିମ୍ ଏଥିନେଇ କାମ କରୁଛି ଯେଭଳି ନୂତନ ଧରଣର ଟ୍ରେନିଙ୍ଗ୍ ରେ କର୍ମୀଙ୍କୁ ଗଭୀର ଆଘାତ ନ ଲାଗୁ ।

କିଛି ମାସ ପୂର୍ବରୁ ସରକାର ସିଆରପିଏଫ୍ ,ବିଏସଏଫ୍ ଏବଂ ଆଇଟିବିପି ଭଳି କେନ୍ଦ୍ର ସଶସ୍ତ୍ର ପୋଲିସ୍ ବାହିନୀରେ ସିପାହୀ ର‌୍ୟାଙ୍କରେ ଭର୍ତ୍ତୀ ପାଇଁ ଘୋଷଣା କରିଥିଲେ । ଏଥିରେ ମୋଟ ୫୪,୯୫୩ କର୍ମୀଙ୍କୁ ନିଯୁକ୍ତି ଦିଆଯିବ । ଏଥିରେ ସବୁଠାରୁ ଅଧିକ ୨୧,୫୬୬ କର୍ମୀଙ୍କ ଭର୍ତ୍ତୀ ସିଆରପିଏଫ୍ ରେ କରାଯିବ ।