ସିଆରପିଏଫ୍ ଯବାନଙ୍କ ପତ୍ନୀ ଦେଲେ କନ୍ୟା ସନ୍ତାନକୁ ଜନ୍ମ , ଟଙ୍କାଟିଏ ନେଲେ ନାହିଁ ଡାକ୍ତରଖାନା କର୍ତ୍ତୁପକ୍ଷ ।

335

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଯାଇଥିଲେ । ଯବାନଙ୍କ ସହିଦ୍ ହେବା ପରେ ସମ୍ପୁର୍ଣ୍ଣ ଦେଶ କ୍ରୋଧ ଏବଂ ଦୁଃଖରେ ମ୍ରିୟମାଣ ହୋଇରହିଛି । ସହିଦ୍ ଯବାନଙ୍କ ମଧ୍ୟରେ କେହି ଖୁବ୍ କମ୍ ଦିନ ତଳେ ବିବାହ କରିଥିବା ବେଳେ କେହି କେହି କିଛି ଦିନ ତଳେ ହିଁ ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ । କିନ୍ତୁ ଏହି ଭୟାବହ ଆକ୍ରମଣ ପରେ କେହି ନିଜ ସ୍ୱାମୀ,କିଏ ବାପା ଏବଂ କିଏ ନିଜ ପୁଅକୁ ହରାଇ ଦୁଃଖରେ ଅଛନ୍ତି । ସବୁଠାରୁ ଅଧିକ କଷ୍ଟରେ ଅଛନ୍ତି ସେହି ଯବାନ୍ ଯେଉଁମାନେ ନିଜ ୪୦ ଜଣ ସାଥିଙ୍କୁ ହରାଇ ମଧ୍ୟ ଦେଶ ପାଇଁ କାମ କରୁଛନ୍ତି । ଇତି ମଧ୍ୟରେ ଶ୍ରୀନଗର ୧୮୨ ତମ ବାଟାଲିଆନରେ ପଦସ୍ତ ଥିବା ଯବାନ୍ କୃଷ୍ଣ ଚନ୍ଦ୍ର ସେନଙ୍କ ପତ୍ନୀ ସୁହେଶ୍ୱରୀ ସେନ୍ ଅମ୍ବିକାପୁରର ଏକ ବେସରକାରୀ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ହସ୍ପିଟାଲ୍ ଡାକ୍ତରଙ୍କୁ ଯେତେବେଳେ ହସ୍ପିଟାଲ୍ ଡାକ୍ତରଙ୍କୁ ଏହି କଥାର ଆଭାସ ହେଲା ଯେ ସୁହେଶ୍ୱରୀ ଜଣେ ସିଆରପିଏଫଙ୍କ ପତ୍ନୀ ମାନବିକତା ଦେଖାଇ ହସ୍ପିଟାଲ୍ କର୍ତ୍ତୁପକ୍ଷ ସୁହେଶ୍ୱରୀଙ୍କ ଠାରୁ ଡେଲିଭରି ଏବଂ ଅନ୍ୟାନ୍ୟ ଖର୍ଚ୍ଚର ଟଙ୍କା ନେଇନଥିଲେ ।

ସରଗୁଜା ଜିଲ୍ଲାର ଏକ ଛୋଟ ଗାଁ ଖାଲାରେ ରହୁଥିବା କୃଷ୍ଣ ଚନ୍ଦ୍ର ସେନ୍ ସିଆରପିଏଫ୍ ରେ ଅଛନ୍ତି । ଆକ୍ରମଣ ସମୟରେ ସେ ମଧ୍ୟ ଏକ ଗାଡିରେ ବସିଥିଲେ କିନ୍ତୁ ଭଗବାନଙ୍କ କୃପାରୁ ତାଙ୍କ ଉପରକୁ ଏହି ଆକ୍ରମଣର କୌଣସି ପ୍ରଭାବ ପଡିନଥିଲା । କିନ୍ତୁ ୪୦ ଜଣ ସାଥିଙ୍କ ଖଣ୍ଡବିଖଣ୍ଡିତ ଶରୀରର ଛାପକୁ ସେ ଏଯାଏଁ ଭୁଲି ପାରିନାହାନ୍ତି । ବାପା ହୋଇ ସେ ଖୁସି ଥିଲେ ମଧ୍ୟ ସାଥି ଯବାନଙ୍କ ସହିଦ୍ ହେବାର ଦୁଃଖକୁ ସେ ବାକ୍ୟରେ ବ୍ୟକ୍ତ କରିପାରୁନାହାନ୍ତି । ତେବେ ଡାକ୍ତରଖାନାର ଏଭଳି ପଦକ୍ଷେପରେ ସ୍ଥାନୀୟ ଲୋକ ଖୁବ୍ ପ୍ରଶଂସା କରିଛନ୍ତି ।