ଲାଲ୍ କରିଡରରେ ଦେବଦୂତ ସାଜିଲେ ଯବାନ : ମାଓ ଆକ୍ରମଣର ଭୟକୁ ବେଖାତିର କରି ମାନବିକତାର ପରିଚୟ ଦେଲେ ସିଆରପିଏଫ ଯବାନ

32

କନକ ବ୍ୟୁରୋ :  ଯବାନ କାନ୍ଧରେ ବୁହା ନୀରିହ ଆଦିବାସୀ । ଘଂଚ ଜଙ୍ଗଲରେ ବାଉଁଶ ଭାରରେ ଆହତ ମହିଳାଙ୍କୁ ନେଇଛନ୍ତି ସିଆରପିଏଫ୍ ଯବାନ । ଜଙ୍ଗଲରେ ପାଦେ ପାଦେ ବିପଦ । ଆଉ ଏହି ବିପଦ ଭିତରେ ଜୀବନକୁ ପାଣି ଛଡାଇ ମହିଳାଙ୍କୁ ବୋହି ନେଇଛନ୍ତି ବୀର ଯବାନ ।

କମ୍ବିଂ ଅପରେସନ ସାରି ଫେରୁଥିଲେ ଯବାନ । ରାସ୍ତାରେ ପ୍ରେସର ବୋମା ଖଂଜିଥିଲେ ମାଓବାଦୀ । ଆଉ ଏହା ଉପରେ ଭୁଲରେ ପାଦ ଦେଇ ଦେଇଥିଲେ ଦୁଇ ନୀରିହ ଆଦିବାସୀ ମହିଳା । ଏମାନଙ୍କ ଚିକ୍ରାର ଶୁଣି ଦୌଡି ଆସିଥିଲେ ସିଆରପିଏଫ ଯବାନ । ସଙ୍ଗେ ସଙ୍ଗେ ଭାର କରି ମହିଳାଙ୍କୁ ଜଙ୍ଗଲ ରାସ୍ତାରେ ବୋହି ଆଣିଥିଲେ ହସପିଟାଲ ।

ଯବାନମାନେ ଜଙ୍ଗଲ ଭିତରେ ମହିଳାଙ୍କୁ ଭାରରେ ବୋହି ଆଣିବା ବାଟରେ ମାଓବାଦୀ ଖଂଜିଥିବା ଆଉ ଏକ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ସିଆରପିଏଫ ଯବାନ ଆହତ ମଧ୍ୟ ହୋଇଥିଲେ । ହେଲେ ପଛକୁ ହଟିନଥିଲା ଯବାନଙ୍କ ପାଦ । ପ୍ରତି ମୁହୂର୍ତରେ ବିପଦକୁ ସାମ୍ନା କରି ରକ୍ତମୁଖା ଲାଲବାହିନୀ ସହ ଲଢୁଥିବା ଯବାନମାନେ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଂଚାଇଥିଲେ ।