ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ! ଜଣେ ଯବାନ ସହିଦ

42

କନକ ବ୍ୟୁରୋ : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ୍ ସହିଦ । ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ଜଣେ ଯବାନ ସହିଦ ହୋଇଛନ୍ତି । ସୁକମା ଜିଲ୍ଲା ଚିନ୍ତାଗୁଫାଠାରେ କୁମ୍ବିଂ ଅପରେସନ୍ ବେଳେ ଏହି ବିସ୍ଫୋରଣ ହୋଇଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୫୦ ବାଟାଲିଅନର ଜଣେ ସିଆରପିଏଫ ଯବାନ ଗୁରୁତର ହୋଇପଡିଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ସେ ସହିଦ ହୋଇଛନ୍ତି ।

ସୂଚନା ମୁତାବକ, ରବିବାର ସକାଳେ ଦର୍ଣ୍ଣାପାଲ ଏବଂ ଜଗରଗୁଣ୍ଡା ରାସ୍ତାରେ ପ୍ରେସର୍ ବୋମା ବିସ୍ଫୋରଣ ଘଟିବା ଯୋଗୁଁ ଆହତ ହୋଇଥିବା ଜଣେ ସିଆରପିଏଫ୍ ଯବାନ ସହିଦ ହୋଇ ଯାଇଛନ୍ତି । ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଦର୍ଣ୍ଣାପାଲି ଏବଂ ଜଗରଗୁଣ୍ଡା ରାସ୍ତାରେ ସିଆର୍ପିଏଫର ୧୫୦ ବାଟାଲିୟନ୍ ସର୍ଚ୍ଚ ଅପରେସନ୍ ଚଳାଇଥିବାବେଳେ ଗୋଟାଏ ପ୍ରେସର୍ ବୋମା ବିସ୍ଫୋରଣ ହେବାରୁ ଜଣେ ଯବାନ ସାଙ୍ଘାତିକ ଆହତ ହୋଇଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ଛତିଶଗଡ଼ ଚିନ୍ତାଗୁମ୍ଫା ସହରର ଏକ ଡାକ୍ତରଖାନାରେ ଦାଖଲ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ ।