ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଇନ୍ସପେକ୍ଟର ଶୁବଦେବ ସିଂ

ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ

123

କନକ ବ୍ୟୁରୋ: ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଯବାନ । କନ୍ଧମାଳ ଜିଲ୍ଲା କୋଟଗଡ ଥାନାର ଶ୍ରୀରାମପୁରରେ ରହୁଥିବା ସିଆରପିଏଫ ୮ନମ୍ବର ବାଟାଲିୟନର ଇନ୍ସପେକ୍ଟର ଶୁବଦେବ ସିଂ ପେରା ନିଜକୁ ଗୁଳି କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଗୁଡା ଡାକ୍ତରଖାନାକୁ ନିଆଯାଇଥିଲା । ପରେ ତାଙ୍କୁ ବାଲିଗୁଡାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।