କ୍ରୋଧର ଅଗ୍ନିରେ ଜଳୁଛି ସିଆରପିଏଫ୍ : ଟ୍ୱିଟ ଜରିଆରେ ଜଣାଇଲେ, କେବେ ବି ଭୁଲିବୁନି, ଆକ୍ରମଣର ପ୍ରତିଶୋଧ ନେବୁ

832

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶବାସୀଙ୍କ ରକ୍ତ ଟକ୍ ଟକ୍ ହୋଇ ଫୁଟୁଛି । ଲୋକଙ୍କ ମନରେ ପ୍ରତିଶୋଧର ବହ୍ନି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆକ୍ରମଣର ପ୍ରତିଶୋଧ ଦରକାର । ମା’ ମାଟି ପାଇଁ ଜୀବନ ଦେଇଥିବା ଯବାନଙ୍କୁ ନ୍ୟାୟ ମିଳୁ । ଆତଙ୍କବାଦୀ ଶୂନ୍ୟ ହେଉ ବିଶ୍ୱ । ଲୋକଙ୍କ ଯେତିକି କ୍ରୋଧାନ୍ୱିତ ଅଛନ୍ତି, ସୁରକ୍ଷାକର୍ମୀମାନେ ମଧ୍ୟ ଆକ୍ରମଣର ପ୍ରତିଶୋଧ ନେବାପାଇଁ ସେପରି ପ୍ରସ୍ତୁତ ଅଛନ୍ତି । ସିଆରପିଏଫ୍ ଟ୍ୱିଟ୍ ଜରିଆରେ କହିଛି ଏପରି ଜଘନ୍ୟ ଅପରାଧର ପ୍ରତିଶୋଧ ନିଶ୍ଚିତ ଭାବେ ନିଆଯିବ । ଏହି ଘଟଣାକୁ କେବେ ବି ଭୁଲିବୁ ନାହିଁ , ନା କ୍ଷମା କରପାରିବୁ । ପୁଲୱାମା ଆକ୍ରମରେ ସହିଦଙ୍କୁ ଓ ସହିଦ ପରିବାରଙ୍କୁ ସଲାମ୍ କରବା ସହ ସବୁବେଳେ ପାଖରେ ଛିଡ଼ାହେବୁ ବୋଲି କହିଛନ୍ତି ।

ସେପଟେ ସୁରକ୍ଷାକର୍ମୀଙ୍କ ସହ ମୋଦି ସକରାର ହଲ୍ଲା ବୋଲ ସ୍ଥିତିରେ ଅଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆତଙ୍କାବଦୀମାନେ ବଡ ଭୁଲ କରିଛନ୍ତି । ଦେଶ ସମ୍ପୂର୍ଣ୍ଣ ଭାବେ ଏହି ପ୍ରସଙ୍ଗରେ ଏକଜୁଟ୍ ରହିଛି ଓ ଏହାର ଦୃଢ଼ ଜବାବ ଦିଆଯିବ । ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି । କହିଛନ୍ତି ଆତଙ୍କବାଦୀଙ୍କୁ ନିଜ ମାଟିରେ ପ୍ରଶୟ ଦେଉଥିବା ପାକିସ୍ତାନ ଏହାର ପରିଣାମ ଭୋଗିବ । ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ କେବେ ତାଙ୍କ ଲକ୍ଷ୍ୟରେ ହେବନି ସଫଳ । ବିକାଶ ପଥରେ ବଢ଼ିଚାଲିଛି ଭାରତ ଓ ଆଗକୁ ମଧ୍ୟ ବଢ଼ିଚାଲିବ । ସେହିପରି ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ବିଶ୍ୱର ଅନ୍ୟ ରାଷ୍ଟ୍ରଙ୍କୁ ଦେଲେ ଆହ୍ୱାନ । କହିଲେ ସମସ୍ତେ ଏକଜୁଟ ହୋଇ ଲଢ଼ିଲେ ବିଶ୍ୱରୁ ମୂଳପୋଛ ହେବ ଆତଙ୍କବାଦ ।