ଜିଏସଟି ଯୋଗୁଁ ବନ୍ଦ ହୋଇପାରେ ଅର୍ଦ୍ଧସାମରିକ ବଳର ୧୭୦ କ୍ୟାଂଟିନ୍ ! ବିଗିଡ଼ିବ ଲକ୍ଷ ଲକ୍ଷ ଯବାନଙ୍କ ବଜେଟ୍

44

ବନ୍ଦ ହୋଇପାରେ ଅର୍ଦ୍ଧସାମରିକ ବଳର ୧୭୦ କ୍ୟାଂଟିନ୍ । ଅର୍ଦ୍ଧସାମରିକ ବଳ କହିଛନ୍ତି କି ଯବାନ ଓ ତାଙ୍କର ପରିବାର ସଦସ୍ୟଙ୍କ ବ୍ୟବହାରରେ ଆସୁଥିବା ୧୭୦୦ କ୍ୟାଂଟିନ୍ ଜିଏସଟି ଯୋଗୁଁ ସଙ୍କଟରେ ପଡ଼ିଛିି  । ଏହି କ୍ୟାଣ୍ଟିନ ଗୁଠିକୁ ଯଦି ରାକ୍ଷା ମନ୍ତ୍ରାଳୟ ଦ୍ୱାରା ସଞ୍ଚାଳିତ କ୍ୟାଣ୍ଟିନ ଷ୍ଟୋର ଡ଼ିପାର୍ଟମେଣ୍ଟ ପରି ଜିଏସଟି ରିହାତି ଦିଆନଯାଏ ତେବେ କ୍ୟାଣ୍ଟିଂଳ ଗୁଡ଼ିକ ଖୁବ ଶୀଘ୍ର ବନ୍ଦ ହୋଇଯିବ । ଦେଶ ସାରା ସେଣ୍ଟ୍ରାଲ ପୋଲିସ୍ କ୍ୟାଂଟିନ (ସିପିସ) ନାମରେ ଅର୍ଦ୍ଧସାମରିକ ବଳପାଇଁ କ୍ୟାଣ୍ଟିନ ଚଳାଇବାରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କିରାନା, ରୋଷେଇ ଦୈନିକ ବ୍ୟବହାର ବସ୍ତୁ ଓ ଅନ୍ୟାନ୍ୟ ବସ୍ତୁର ଭଣ୍ଡାର ଏବେ ପର୍ଯ୍ୟନ୍ତ ସବୁଠାରୁ ନିମ୍ନସ୍ତରରେ ପହଞ୍ଚି ଯାଇଛି ।

କାରଣ ଜିଏସଟି ଲାଗୁ ହେବା ପରେ ଏହି କ୍ୟାଣ୍ଟିନ ଗୁଡ଼ିକର ପରିଚାଳନାରେ କୌଣସି ସ୍ପଷ୍ଟତା ନାହିଁ । ଅଧିକାରୀ ସୂତ୍ର ଅନୁସାରେ ଭଣ୍ଡାର ସାମଗ୍ରୀ ଖୁବ କମ ଅଛି । ଏହି ସବସିଡ଼ି ଯୁକ୍ତ କ୍ୟାଣ୍ଟିନ ଚଳାଇବା ପାଇଁ ସରକାର ରିହାରି ଦେବା ଦରକାର । ଏନେଇ ବାବମ୍ବାର ଆବେଦନ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନାହିଁ । ସୂତ୍ର ଅନୁସାରେ ଅନେକ ସେଣ୍ଟ୍ରାଲ ପୋଲିସ କ୍ୟାଣ୍ଟିନରେ ଏବେ ଆଉ ଅଳ୍ପ ମାଲ ରହିଛି । ରକ୍ଷା ବିଭାଗର କ୍ୟାଣ୍ଟିନ ପରି ଯଦି ରିହାତି ଦିଆ ନଯାଏ ତେବେ ସବସିଡ଼ିଯୁକ୍ତ କର ଯୋଗୁଁ ଅର୍ଦ୍ଧସୈନିକ ବଳ ପାଇଁ ଚାଲୁଥିବା ସିପିସ ବନ୍ଦ ହୋଇଯିବ ।

ଏସବୁ ଦ୍ୱାରା ପ୍ରଭାବିତ ଅବସରପ୍ରାପ୍ତ ସଶସ୍ତ୍ର ପୋଲିସ ବଳ ସଂଗଠନ ତାଙ୍କ ସହ ପକ୍ଷପାକ୍ଷିତା ହେଉଛି ବୋଲି କହିଛି । ଏହାସହ ମେମାନେ ଏନେଇ ବରୋଧ ପ୍ରଦର୍ଶନର ଚେତାବନୀ ମଧ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଏହି ସଂଗଠନ ଜଣାଇଛି ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସ, ଭାରତ ତିିଦ୍ଦତ ସୀମା ପୋଲିସ, କେନ୍ଦ୍ରୀୟ ଔଦଗିକ ସୁରକ୍ଷା ବଳ ଓ ସଶସ୍ତ୍ର ବଳ ଓ ସଶସ୍ତ୍ର ସୀମା ବଳର ଲକ୍ଷ ଲକ୍ଷ ଯବାନ ଓ ତାଙ୍କ ପରିବାରର ଆୟ ଓ ରୋଷେଇ ବଜେଟ ଉପରେ ପଡ଼ିଥିବା ଏହି ସଙ୍କଟର ସମାଧାନ ଜରୁରୀ ।