ଏହି କମ୍ପାନୀରେ କାଉଙ୍କୁ ଚାକିରୀ ମିଳିବା ସହିତ କରିପାରିବେ ରୋଜଗାର : ଜାଣନ୍ତୁ କି କାମ କରିବାକୁ ପଡିବ

96

ରିପୋର୍ଟ ମୁତାବକ, ଦୁନିଆରେ ସିଗାରେଟ୍ ଟାଣୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ଏହା ଦ୍ୱାରା ପ୍ରକୃତିକୁ ଦୁଇଗୁଣା ଅଧିକ କ୍ଷତି ହୋଇଥାଏ । ଗୋଟିଏ ତ ସିଗାରେଟ୍ ରୁ ବାହାରୁଥିବା ଧୁଆଁ ଓ ଅନ୍ୟଟି ହେଲା ସିଗାରେଟ୍ ର ବଂଚିଥିବା ଭାଗ । ଯାହାର ରିସାଇକ୍ଲିଙ୍ଗ ହୋଇପାରେନି । ପ୍ରଶ୍ନ ଏହା ଯେ, ରାସ୍ତା ଉପରେ ପଡିଥିବା ଛୋଟ ଛୋଟ ସିଗାରେଟ୍ କିଏ ଜମା କରିବ । ଏହାର ଉତ୍ତର ମିଳିଲା ପ୍ରଥମ ଶ୍ରେଣୀର ବହିରେ । ଆପଣ ଶୋଷିଲା କାଉ କାହାଣୀ ପଢ଼ିଥିବେ । ବୈଜ୍ଞାନିକଙ୍କୁ ଏଥିରୁ ଆଇଡିଆ ଆସିଲା ଯେ, କାଉ ବୁଦ୍ଧିମାନ ହୋଇଥାଏ । ଏବଂ ସେ ବସ୍ତୁର ଆକାର, ରଙ୍ଗ ଆଦି ଦେଖି ତାହାର ଚିହ୍ନଟ କରିପାରେ । ନେଦରଲ୍ୟାଣ୍ଡର କମ୍ପାନୀ ‘କ୍ରାଉଡେଡ୍ ସିଟିଜ୍’ ଏକ ପ୍ରୋଜେକ୍ଟ ନେଇକିି ଆସିଛି ।

ସାରା ଦୁନିଆରେ ୪.୫ ଟ୍ରିଲିୟନ ସିଗାରେଟ୍ ରେ ଅଂଶ ଏଠି ସେଠି ଫିଙ୍ଗାଯାଏ । ଏହି ସିଗାରେଟ୍ ଖଣ୍ଡକୁ ଉଠାଇବାର କାମ କରିବେ କାଉ । ନେଦରଲ୍ୟାଣ୍ଡ ରାସ୍ତାର ଆଖପାଖରେ କ୍ରୋବାର ନାମରେ ଏମିତି ମେସିନ୍ ଲଗାଯିବ, ଯେଉଁଥିରେ କାଉମାନଙ୍କୁ ସିଗାରେଟ ଖଣ୍ଡକୁ ଉଠାଇ ସେଥିରେ ପକାଇବାର ଟ୍ରେନିଙ୍ଗ ଦିଆଯିବ ।

ଏବେ ଷ୍ଟାର୍ଟଅପ୍ ପାଇଁ କ୍ରୋବାର ପ୍ରସ୍ତୁତି କରିଦିଆସାରିଛି । ଯଦି ଏହି ପ୍ରୋଜେକ୍ଟ ସଫଳ ହୋଇଯିବ, ତାହେଲେ ପୁରା ଦୁନିଆରେ ଏହି ମେସିନ୍ ନିର୍ମାଣ କରି ବିକ୍ରି କରାଯିବ । ଯଦି ଏହି ଆଇଡିଆ କାମ କରିଗଲା, ତାହେଲେ ଭାରତରେ ଏହି ମେସିନ୍ ‘ସ୍ୱଚ୍ଛ ଭାରତ ଅଭିଯାନ’ ର ଏକ ମୁଖ୍ୟ ଅଙ୍ଗ ହେବ । ଏହା ସହିତ କାଉମାନେ ପରିଶ୍ରମ କରି କିଛି ଖାଦ୍ୟ ଖାଇପାରିବେ ଅର୍ଥାତ୍ କାଉଙ୍କୁ ବି ରୋଜଗାର ମିଳିବ ।