ଏଣିକି ପରିବେଶକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିବେ କାଉ ! ଥଣ୍ଟରେ ଉଠାଇ ଡଷ୍ଟବିନରେ ପକାଇବେ ଅଳିଆ ।

100

ଦୁନିଆରେ ଏପରି ଅନେକ ପଶୁ ପକ୍ଷୀ ଅଛନ୍ତି ଯେଉଁମାନେ ଆମ ପରିବେଶକୁ ସଫା ରକନ୍ତି । ଯେପରିକି କୁକୁ, ବିଲୁଆ, ଶାର୍ଗୁଣା ଏବଂ କାଉ ମାନେ ପରିବେଶରେ ପଡିଥିବା ଅଳିଆ ଆବର୍ଜନାକୁ ଖାଇ ସଫା କରିଦେଇଥାନ୍ତି । ଏମାନେ ନଥିଲେ ଅଳିଆ ଆବର୍ଜନା ଗୁଡିକ ସେମତି ପଡି ରୁହନ୍ତା । କିନ୍ତୁ ଏବେ ଏହି ଜିବ ଗୁଡିକ ଲୋପ ପାଇବାରେ ଲାଗିଛନ୍ତି । ଯଦିଓ କୁକୁରର ବଂଶ ବଢିବାରେ ଲାଗିଛି କିନ୍ତୁ ସେପଟେ ଶାର୍ଗୁଣା, ବିଲୁଆ ଏବଂ କାଉଙ୍କ ବଂଶ ଧିରେ ଧିରେ ଲୋପ ପାଇବାରେ ଲାଗିଛି । କାଉ ଆମ ସମାଜ ପାଇଁ ବେସ ଉପକାରି ପକ୍ଷୀ ଅଟେ । ତେଣୁ ପରିବେଶକୁ ସଫା ରଖିବା ପାଇଁ କାଉଙ୍କୁ ଟ୍ରେନିଂ ଦିଆଯାଉଛି ।

ମଇଦାନକୁ ସଫା ରଖିବା ପାଇଁ ଆସନ୍ତା ସପ୍ତାହଠାରୁ ଟ୍ରେନିଂ ପ୍ରାପ୍ତ କାଉ ଗୁଡିକ ତାଙ୍କ କାମରେ ଲାଗିପଡିବେ । ଏହି କାଉ ତାଙ୍କ ଥଣ୍ଟରେ ସିଗାରେଟ ଏବଂ ଅଳିଆ ଆବର୍ଜନା ଗୁଡିକୁ ଟେକି ନେଇ ଡଷ୍ଟବିନରେ ପକାଇବେ । କାଉଙ୍କ ଏହି କାମ ପାଇଁ ତାଙ୍କୁ ଖାଇବାକୁ ମଧ୍ୟ ଦିଆଯିବ ।

ପାର୍କର ମୁଖ୍ୟ ନିକୋଲାସ ଡେବିଲିୟର୍ସଙ୍କ କହିବା ଅନୁସାରେ, କାଉମାନଙ୍କ ଦ୍ୱାରା ପରିବେଶକୁ ସଫାରଖିବା ପାଇଁ ଲୋକମାନବଙ୍କୁ ସଂଦେଶ ମିଳିବ । ଲୋକମାନେ ସଚେତନ ହୋଇପାରିବେ । ପ୍ରତିଟି ସ୍ଥାନରେ ଡଷ୍ଟବିନ ଲଗାଯିବ । ଅଳିଆ ଆବର୍ଜନା ଗୁଡିକୁ ଲୋକମାନେ ଏଣେତେଣେ ନପକାଇ ଡଷ୍ଟବିନରେ ପକାଇବେ । ଏହି କାମ ପାଇଁ ରେବେନ, ଉସମେ କେରିମ ଭଳି ଆଉ ଏକ ପ୍ରଜାତିର କାଉଙ୍କୁ ବ୍ୟବହାର କରାଯାଉଛି । ଏହି କାଉଗୁଡିକ ବେସ ଭଲ ଭାବରେ ମଣିଷର ବ୍ୟବହାରକୁ ଜାଣିପାରି ଥାନ୍ତି । ତେଣୁ ପରିବେଶକୁ ସଫା ସୁତୁରା ରଖିବା ପାଇଁ ଏପରି ଏକ ପଦକ୍ଷପ ଗ୍ରହଣ କରାଯାଇଛି ।