ଜଗତସିଂହପୁର ଜିଲ୍ଲାରେ କାଉ ମଡକ : ଆଳିପିଙ୍ଗଳ ଅଂଚଳରେ ଜମିରେ ପଡିରହିଛି କାଉ ମୃତଦେହ, ବାର୍ଡ ଫ୍ଲୁ ଯୋଗୁଁ ମୃତ୍ୟୁ ସନ୍ଦେହ

24

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ କାଉ ମଡ଼କ । ଆଳିପିଙ୍ଗଳ ଅଂଚଳରେ ଜମି ମଝିରେ କିଛି କାଉ ମରିପଡିଥିବାର ଦେଖାଦେଇଛି । ୧୦ରୁ ୧୫ଟି କାଉଙ୍କ ମୃତଦେହ ପଡିଛି । ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଂଚି ନମୁନା ସଂଗ୍ରହ କରିଛନ୍ତି । ବ୍ଲାଡ଼ ଫ୍ଲୁ ଯୋଗୁଁ କାଉଙ୍କର ମୃତ୍ୟୁ ହେଉଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ଏହା ଆଜିର ଘଟଣା ନୁହେଁ । କିଛି ଦିନ ପୂର୍ବରୁ ଗୋଟିଏ ଦୁଇଟି କାଉ ମରିପଡିଥିବାର ଦେଖା ଦେଇଥିଲା । କିନ୍ତୁ ଆଜି ଦେଖିବାକୁ ମିଳିିଛି ପାଖାପଖି ୧୦ରୁ ୧୫ଟି କାଉ ଗୋଟିଏ ସ୍ଥାନରେ ମରି କି ପଡିଥିବାର । କିଛି ଦିନ ତଳେ ପାରାଦୀପରେ ବି କାଉ ମଡକ ଦେଖିବାକୁ ମିଳିଥିଲା । ବାର୍ଡ ଫ୍ଲୁ ସନ୍ଦେହ କରି ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ ଏହି ବାବଦରେ ସ୍ଥାନୀୟ ଲୋକେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଖବର ଦେଇଥିଲେ । ଚିକିତ୍ସା ଅଧିକାରୀଙ୍କ କହିବାନୁସାରେ, ଆତଙ୍କିତ ହେବାର କୈାଣସି କାରଣ ନାହିଁ । ବିଷାକ୍ତ ଖାଦ୍ୟ ଖାଇ ମରିଥିବାର ସନ୍ଦେହ କରାଯାଉଛି । ରକ୍ତ ନମୂନା ପରୀକ୍ଷା ପରେ ଏହାର ପ୍ରକୃତ କାରଣ ଜଣାପଡିବ ।